www.samajalive.in
Wednesday, December 10, 2025
26.1 C
Bhubaneswar

ଖାଲି ମାଲବାହୀ ଟ୍ରେନରୁ ବିଛିନ୍ନ ହେଲା ବଗି

ଲକ୍ଷ୍ମୀପୁର : ସୋମବାର ପୁର୍ବାହ୍ଣରେ ଏକ ଖାଲି ମାଲବାହୀ ଟ୍ରେନରୁ କିଛି ବଗି ବିଛିନ୍ନ ହେବା ସହିତ ଏକ ପ୍ରକାର ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାୟଗଡ଼ା ଜିଲା କେଉଟଗୁଡା ଷ୍ଟେସନ ନିକଟରୁ ଖାଲି ବଗି ଗୁଡିକ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ନିକଟକୁ ବକ୍ସାଇଟ୍ ଲୋଡ୍ ପାଇଁ ଯାଉଥିଲା । ଏହି ସମୟରେ ଲକ୍ଷ୍ମୀପୁର ଷ୍ଟେସନ ପୂର୍ବରୁ ଅନତି ଦୁରରେ ବଗିରୁ ଇଞ୍ଜିନ ସହିତ କେତେକ ବଗି ଷ୍ଟେସନ ପର୍ଯ୍ୟନ୍ତ ପଳାଇ ଆସିଥିଲା । ତେବେ ପଛରେ ଥିବା ଗାର୍ଡ ଟ୍ରେନ୍ ଡ୍ରାଇଭରଙ୍କୁ ଜଣାଇବାରୁ ପଛକୁ ଯାଇ ବିଛିନ୍ନ ହୋଇଥିବା ବଗି ଗୁଡିକୁ ସଂଯୋଗ କରି ପୁଣି ଆସି ଲକ୍ଷ୍ମୀପୁର ଷ୍ଟେସନ ମାଷ୍ଟ୍ରଙ୍କୁ ଲିଖିତ ଭାବେ ଜଣାଇ ପୁଣି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories