www.samajalive.in
Saturday, December 13, 2025
26.1 C
Bhubaneswar

ବିହାରରେ ଆରମ୍ଭ ହେଲା ‘ଲଘୁ ଉଦ୍ୟମୀ ଯୋଜନା’, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ପାଟଣା : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ‘ବିହାର ଲଘୁ ଉଦ୍ୟମୀ ଯୋଜନା’ ଆରମ୍ଭ କରିଛନ୍ତି । ଏହା ସହିତ ସେ ଏହି ଯୋଜନା ସମ୍ପର୍କିତ ଏକ ପୋର୍ଟାଲ ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଜାତି ଆଧାରିତ ଗଣନା ସମୟରେ କରାଯାଇଥିବା ସର୍ଭେରୁ ଜଣାପଡୁଛି କି ରାଜ୍ୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ସେହି ପରିବାରଗୁଡିକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଦିଆଯିବ ଯାହା ଫଳରେ ସେମାନେ ନିଜ ବ୍ୟବସାୟ ଆରମ୍ଭ କରିପାରିବେ । ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

ନୀତିଶ କୁମାର କହିଛନ୍ତି କି ଆର୍ଥିକ ରୂପେ ଗରିବ ପରିବାରଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ‘ବିହାର ଲଘୁ ଉଦ୍ୟମୀ ଯୋଜନା’ ଆରମ୍ଭ କରାଯାଇଛି । ସେ ଅଧିକାରୀଙ୍କୁ ସମସ୍ତ ଜାତି, ଧର୍ମର ଲୋକଙ୍କ ମଧ୍ୟରେ ଏହି ଯୋଜନାର ପ୍ରଚାର-ପ୍ରସାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଫଳରେ ଅଧିକରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ ।

- Advertisement -

 

ଜାତି ଆଧାରରେ ଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ସାମ୍ନାକୁ ଆସିଛନ୍ତି । ବିହାର ଲଘୁ ଉଦ୍ୟମୀ ଯୋଜନା ଅନୁସାରେ ଏହି ଗରିବ ପରିବାରଙ୍କୁ ୨ ଲକ୍ଷ ଲେଖାଏଁ ରାଶି ପ୍ରଦାନ କରାଯିବ । ୩ କିସ୍ତିରେ ଏହି ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ୬୧ ଯୋଜନାକୁ ଚିହ୍ନଟ କରାଯାଇଛି ଯେଉଁଥିରେ ଛୋଟ ଛୋଟ ବ୍ୟବସାୟକୁ ସାମିଲ କରାଯାଇଛି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories