ବେଙ୍ଗାଲୁରୁ : ଯୋଡି ହୋଇ ଶରୀର ଥିବା ଯମଜ ଶିଶୁଙ୍କର ସଫଳ ଅପରେଶନ ପୂର୍ବକ ଅଲଗା କରାଯାଇଛି। ବେଙ୍ଗାଲୁରୁର ନାରାୟଣ ହେଲଥ ସିଟି ହସ୍ପିଟାଲରେ ମଙ୍ଗଳବାର ଏହି ଜଟିଳ ଅପରେଶନ କରାଯାଇଛି। ଯମଜ ଶିଶୁ ଦ୍ବୟ ମରିସସ୍ର ହୋଇଥିବାବେଳେ ସେମାନଙ୍କର ବୟସ ମାତ୍ର ୨ମାସ। ପ୍ରତିଷ୍ଠିତ ହାର୍ଟ ସର୍ଜନ ଡାକ୍ତର ଦେବୀ ସେଟ୍ଟିଙ୍କ ନେତୃତ୍ବରେ ୧୦ଘଣ୍ଟାର ଅପରେଶନ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ମଣିଷ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ୪ଟି ଭାଲଭ ଥାଏ। ଏହି ଯମଜଙ୍କ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ୭ଟି ଭାଲଭ ରହିଥିଲା।
Popular Categories



