www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନୀ ବାୟୁସେନାର ପ୍ରଥମ ହିନ୍ଦୁ ପାଇଲଟ୍‌ ହେଲେ ରାହୁଲ ଦେବ

ଇସଲାମାବାଦ: ପାକିସ୍ତାନୀ ବାୟୁସେନାରେ ଜଣେ ହିନ୍ଦୁଙ୍କୁ ପାଇଲଟ୍‌ ଭାବେ ନିଯୁକ୍ତ କରାଯାଇଛି। ଦେଶର ଇତିହାସରେ ଏହା ପ୍ରଥମ ଘଟଣା। ଏହି ଯୁବକ ଜଣକ ହେଉଛନ୍ତି ରାହୁଲ ଦେବ। ସେ ବାୟୁସେନାର ଜେନେରାଲ ଡ୍ୟୁଟି ପାଇଲଟ୍‌(ଜିଡିପି) ପଦବୀରେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିନ୍ଧ ପ୍ରଦେଶର ସବୁଠୁ ବଡ଼ ଜିଲା ଥାରପରକରରେ ରାହୁଲଙ୍କ ଘର।

ଥାରପରକର ଜିଲାରେ ବହୁ ସଂଖ୍ୟାରେ ହିନ୍ଦୁ ବସବାସ କରନ୍ତି। ଅଲ୍‌ ପାକିସ୍ତାନ ହିନ୍ଦୁ ପଞ୍ଚାୟତର ସଚିବ ରବି ଦୱାନୀ ରାହୁଲଙ୍କ ଏହି ନିଯୁକ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ପୂର୍ବରୁ ପାକିସ୍ତାନୀ ସେନା ଏବଂ ସିଭିଲ ସର୍ଭିସରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ବାୟୁସେନାରେ ନିଯୁକ୍ତି ପାଇବା ପ୍ରଥମ। ପାକିସ୍ତାନରେ ଅନେକ ଡାକ୍ତର ବି ହିନ୍ଦୁ ସମ୍ପ୍ରଦାୟର ଅଛନ୍ତି। ଯଦି ସରକାର ସଂଖ୍ୟାଲଘୁଙ୍କ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଅନେକ ରାହୁଲ ଦେବ ଦେଶର ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସିନ୍ଧ ପ୍ରଦେଶର ଏକ ପଛୁଆ ଅଞ୍ଚଳରୁ ଆସିଥିଲେ ହେଁ ରାହୁଲ ପାକିସ୍ତାନୀ ବାୟୁସେନାରେ ଜିଡିପି ଭଳି ବଡ଼ ପଦବୀ ହାସଲ କରିପାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories