www.samajalive.in
Saturday, December 6, 2025
23.1 C
Bhubaneswar

ଭାରତରେ କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୧୯୫ ମୃତ ଓ ୩୯୦୦ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନରେ ସର୍ବାଧିକ। ଏହାକୁ ମିଶାଇ ଏଯାଏ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ଏବେ ୩୨ ହଜାର ୧୩୮ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ହଜାର ୭୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୪ ହଜାର ୫୪୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୮୩ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୫୮୦୪ ଜଣ ଆକ୍ରାନ୍ତ ଓ ୩୧୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୪୮୯୮ ଆକ୍ରାନ୍ତ ଓ ୬୪ ମୃତ, ତାମିଲନାଡୁରେ ୩୫୫୦ ଆକ୍ରାନ୍ତ ଓ ୩୧ ମୃତ, ରାଜସ୍ଥାନରେ ୩୦୬୧ ସଂକ୍ରମିତ ଓ ୭୭ ମୃତ, ମଧ୍ୟପ୍ରଦେଶରେ ୨୯୪୨ ଆକ୍ରାନ୍ତ ଓ ୧୬୫ ମୃତ, ଉତ୍ତରପ୍ରଦେଶରେ ୨୭୬୬ ଆକ୍ରାନ୍ତ ଓ ୫୦ ମୃତ, ଆନ୍ଧ୍ରପ୍ରଦେଶରେ ୧୬୫୦ ଆକ୍ରାନ୍ତ ଓ ୩୩ ମୃତ, ପଞ୍ଜାବରେ ୧୨୩୨ ଆକ୍ରାନ୍ତ ଓ ୨୩ ମୃତ, ପଶ୍ଚିମବଙ୍ଗରେ ୧୨୫୯ ଆକ୍ରାନ୍ତ ଓ ୧୩୩ ମୃତ ଏବଂ ତେଲେଙ୍ଗାନାରେ ୧୦୮୫ ଆକ୍ରାନ୍ତ ହୋଇଥିବାବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories