www.samajalive.in
Monday, December 15, 2025
27.1 C
Bhubaneswar

ଦଣ୍ଡାଧାର ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ଦଣ୍ଡାଧାର ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳକୁ ଗୁରୁବାର ରାତି ୮ଟାରେ ନିଷ୍କାସନ କରାଯାଇ ଶୁକ୍ରବାର ମଧ୍ୟାହ୍ନରେ ଫାଟକ ବନ୍ଦ କରାଯାଇଛି। ଦଣ୍ଡାଧାର ଜଳ ଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଲାଗି ରହିବାରୁ ଜଲଭଣ୍ଡାରରେ ଜଳ ଧାରଣ କ୍ଷମତା ୧୦୯. ୭୩ ମିଟର ରହିଥିବାବେଳେ ଗୁରୁବାର ସନ୍ଧ୍ୟାରେ ୧୦୯ ମିଟରକୁ ଛୁଇଁଥିଲା। ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସାମଲଙ୍କ ନିର୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧାକର ପଟ୍ଟନାୟକ ଏଥିପ୍ରତି ଗୁରୁତ୍ୱ ଦେଇ ଉପଖଣ୍ଡ ପ୍ରଶାସନକୁ ଜଣାଇବା ସହିତ ମାଇକ୍ ଯୋଗେ ପ୍ରଚାର କରିଥିଲେ। ରାତି ୮ଟାରେ ଗୋଟିଏ ଗେଟ୍ ଖୋଲାଯାଇଥିଲା। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୦ ଘନ ମିଟର ଜଳ ପଶୁଥିବାବେଳେ ଗୋଟିଏ ଗେଟ୍ ମାଧ୍ୟମରେ ୨୫୦ ଘନ ମିଟର ଜଳ ନିଷ୍କାସିତ ହୋଇଥିଲା। ଦିନ ୧୨ଟାରେ ଜଳଭଣ୍ଡାରର ଜଳସ୍ତର ୧୦୮କୁ ଖସିବା ପରେ ଗେଟ୍‌କୁ ବନ୍ଦ କରାଯାଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories