www.samajalive.in
Monday, December 8, 2025
16.1 C
Bhubaneswar

ୟୁଏଇରେ ଇନ୍ଧନ ଭରିବା ପରେ ମଙ୍ଗଳବାର ଭାରତ ଅଭିମୁଖେ ବାହାରିବ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତ ଅଭିମୁଖେ ବାହାରିଥିବା ୫ଟି ରାଫେଲ ଲଢୁଆ ବିମାନ ୟୁଏଇ ​ମୁଖେ ଗତି କରୁଛି। ଆବୁଧାବିରେ ଇନ୍ଧନ ଭରିବା ପରେ ମଙ୍ଗଳବାର ଭାରତ ଅଭିମୁଖେ ଯାତ୍ରାରମ୍ଭ କରିବ। ଦୀର୍ଘ ୭୦୦୦ କିଲୋମିଟର ଦୂରତା ଅତିକ୍ରମ କରି ପାଗ ଭଲ ରହିଲେ ୨୯ ତାରିଖ ବୁଧବାର ଅମ୍ବାଲା ବାୟୁସେନା ଘାଟିରେ ଏହା ପହଞ୍ଚିବ।

ଫ୍ରାନ୍ସରୁ ପ୍ରଥମ ପର୍ୟ୍ୟାୟରେ ସୋମବାର ୫ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ  ୫ଟି ଆଜି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ମଧ୍ୟରେ ୩ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି।

- Advertisement -
Image Source : PIB

ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ୟ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି । ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣୁଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି। ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ ଦିଆଯିବ। ଆକାଶ ମାର୍ଗରେ ରାଫେଲ ବିମାନକୁ ଇନ୍ଧନ ଯୋଗାଣ ପାଇଁ ଫରାସୀ ବାୟୁସେନା ସ୍ୱତନ୍ତ୍ର ସମର୍ପିତ ଟ୍ୟାଙ୍କର ବ୍ୟବସ୍ଥା କରିଛି। ଆସନ୍ତା ୨୯ ତାରିଖ ବୁଧବାର ଏହି ୫ଟି ଯାକ ବିମାନ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ପାଗ ଭଲ ରହିଲେ ଏହା ନିର୍ଦ୍ଧାରିତ ତାରିଖରେ ପହଞ୍ଚିଯିବ। ଅମ୍ବାଲା ସ୍ଥିତ ସ୍କ୍ୱାର୍ଡନ ନଂ ୧୭ ବା ଗୋଲ୍‌ଡେନ ଆରୋ ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories