www.samajalive.in
Saturday, December 6, 2025
15.1 C
Bhubaneswar

ଜଳିଗଲା କେମିକାଲ ବୋଝେଇ ଟ୍ୟାଙ୍କର

ଜଳେଶ୍ବର : ଜଳେଶ୍ବର ସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ଏକତାଳିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଜଳିଯାଇଛି। ଏହି ଘଟଣା ଭୋର ୪.୩୦ଟା ସମୟରେ ଘଟିଛି। ଟ୍ୟାଙ୍କରଟି କେମିକାଲ ନେଇ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟି ପଡିଥିଲା। ଫଳରେ ସେଥିରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଟ୍ୟାଙ୍କରଟି କେମିକାଲ ନେଇ କୋଲକାତାରୁ ବାଲେଶ୍ବର ଆସୁଥିଲା। ଦୁର୍ଘଟଣା ହେବା ଫଳରେ ଟ୍ୟାଙ୍କରରୁ ଏସିଡ ଲିକ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories