www.samajalive.in
Monday, December 15, 2025
26.1 C
Bhubaneswar

ନୀଳଗିରି ବନାଗ୍ନି ଅଣାୟତ୍ତ

ନୀଳଗିରି : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ରାତି କୁଲଡିହା ଅଭୟାରଣ୍ୟ ଅଧୀନ ପଞ୍ଚଲିଙ୍ଗେଶ୍ୱର ଓ ଦେବଗିରି ପାହାଡ଼ରେ ହୁ ହୁ ହୋଇ ନିଆଁ ଚରିବାରେ ଲାଗିଛି। ନିଆଁର ପ୍ରଖର ଏତେ ତୀବ୍ର ଥିଲା ଯେ, ପାଖ ଗାଁ ଗୁଡ଼ିକ ମଧ୍ୟ ଏହି ନିଆଁ ଧାସରେ ପ୍ରଭାବିତ ହୋଇ ପଡ଼ିଛନ୍ତି। ରାତିସାରା ନିଆଁ ବର୍ଷା ହେବା ଭଳି ଅଞ୍ଚଳବାସୀ ଅନୁଭୂତ କରିଛନ୍ତି। ଏହି ନିଆଁର ଆଁରେ ବଡ଼ ବଡ଼ ଜୀଅନ୍ତା ଗଛ ସବୁ ପୋଡ଼ି ପାଉଁଶ ହୋଇ ଯାଇଛି। ବନବିଭାଗର ଶତଚେଷ୍ଟା ସତ୍ତ୍ବେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନି। ଗୁରୁବାର ମଧ୍ୟ ଅନୁରୂପ ଭାବେ ଜଙ୍ଗଲ ଜଳି ଚାଲିଛି। ସ୍ଥାନୀୟ କେତେକ ଖଳ ପ୍ରକୃତିର ଲୋକ ଏବଂ ଶିକାରୀଙ୍କ ଦ୍ୱାରା ବଣ ପୋଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ମନୁଷ୍ୟକୃତ ବନାଗ୍ନିର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ପଞ୍ଚଲିଙ୍ଗେଶ୍ୱରରୁ ନୀଳଗିରି ରାସ୍ତାରେ ଆସୁଥିବା ବ୍ୟକ୍ତି ରାସ୍ତାରେ ଛିଡ଼ା ହୋଇ କେବଳ ଭବବାନକୁ ଡାକୁଥିବା ଦେଖିବାକୁ ମିଳିଛି। ସେହିପରି କେତେକ ଯୁବପିଢ଼ି ଉକ୍ତ ସ୍ଥାନକୁ ଯାଇ ନିଆଁ ଦାଉରୁ ବନକୁ ରକ୍ଷା ଉଦେଶ୍ୟରେ ସୋସିଆଲ ମିଡ଼ିଆରେ ନିବେଦନ କରୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହି ନିଆଁର ଆଁ ଭିତରୁ ମୁକୁଳିବାକୁ ଯାଇ ଦେବଗିରି ପର୍ବତରେ ରହିଥିବା ହାତୀମାନେ ରାତିରେ ପ୍ରାଣ ବିକଳରେ ରଡ଼ି ଛାଡ଼ିଥିଲେ। କେତେକ ହାତୀ ନିକଟସ୍ଥ ଗାଁ ଓ ବିଲମାନଙ୍କରେ ବିଚରଣ କରୁଥିବା ଦେଖିବାକୁ ମିଳିଛି। ସେପଟେ ବଣରେ ନିଆଁ ଲଗାଇବାକୁ ଯାଉଥିବା ଦୁର୍ବୃତ୍ତଙ୍କୁ ଖୋଜିବାକୁ ସ୍ଥାନୀୟ ଲୋକେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଅଞ୍ଚଳବାସୀ ବନବିଭାଗକୁ ସମ୍ପୂର୍ଣ୍ଣ ଦୋଷାରୋପ କରୁଥିଲେ ହେଁ ସମ୍ପ୍ରତି ପରିସ୍ଥିତିରେ ଏଥିନେଇ ନିଜେ ନିଜକୁ ଦାୟୀ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନିଆଁ ଜଙ୍ଗଲ ଓ ପାହାଡ଼ରେ ଚରି ଚରି ଯାଉଥିବା ଯୋଗୁ ଏଭଳି ଏକ ସଙ୍ଗୀନ ପରିସ୍ଥିତିରେ ନିଜେ ନିଜକୁ ସଚେତନ ନକଲେ ନୀଳଗିରି ମାନଚିତ୍ରରୁ ଦେବଗିରି ପର୍ବତମାଳା ଓ ପଞ୍ଚଲିଙ୍ଗେଶ୍ୱରର ସବୁଜିମା ନିଶ୍ଚିହ୍ନ ହେବା ନିଃସନ୍ଦେହ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories