www.samajalive.in
Sunday, December 14, 2025
18.1 C
Bhubaneswar

ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ ଛାତ୍ରଛାତ୍ରୀ ସମେତ ଡ୍ରାଇଭର

ବଡ଼ସାହି : ବଡ଼ସାହି ଥାନା ଅଧୀନ ବାରିପଦା-ଉଦଳା ରାସ୍ତାର ସାନକେରକ ଠାରେ ମଙ୍ଗଳବାର ଦିନ ୧୧ଟା ସମୟରେ ଏକ ଇଣ୍ଡିଗୋ କାରରେ ହଠାତ ନିଆଁ ଲାଗିଯାଇଥିଲା। ଏହି ଅଘଟଣରୁ ୪ଜଣ ଛାତ୍ରଛାତ୍ରୀଙ୍କ ସମେତ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ତେବେ କାରରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାରଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବାରିପଦାର ଏକ ଘରୋଇ ସ୍କୁଲରୁ କାର ଯୋଗେ ଛାତ୍ରଛାତ୍ରୀମାନେ ପ୍ରତିଦିନ ଯିବା ଆସିବା କରନ୍ତି। ମଙ୍ଗଳବାର ବାରିପଦା-ଉଦଳା ରାସ୍ତାର ସାନକେରକ ରାସ୍ତାରେ କାରଟି ଯାଉଥିବା ବେଳେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ଦେଖି ଡ୍ରାଇଭର ସଙ୍ଗେ ସଙ୍ଗେ କାରଟିକୁ ଅଟକାଇ ଛାତ୍ରଛାତ୍ରୀମାନଙ୍କୁ ବାହାର କରି ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories