www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ସରକାର ‘ପୋଷ୍ଟମ୍ୟାନ’ କାମ କରି କେନ୍ଦ୍ର ଯୋଜନାର ବାହାବା ନେଉଛନ୍ତି: ମୋଦୀ

ସମ୍ବଲପୁର: ସମ୍ବଲପୁରଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ମୋଦୀ କହିଥିଲେ, ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ରହୁଥିଲା। ତାହାକୁ ମୋଦୀ ସରକାର ବନ୍ଦ କରିଛି। ଓଡ଼ିଶାରେ ବିଜେଡି ସରକାର ବି ଦୁର୍ନୀତିରେ ବୁଡ଼ିରହିଛି। ଟଙ୍କିକିଆ ଚାଉଳର ଉଦାହରଣ ଦେଇ ମୋଦୀ କହିଥିଲେ, ରାଜ୍ୟ ସରକାର ‘ପୋଷ୍ଟ ମ୍ୟାନ’ କାମ କରି କେନ୍ଦ୍ରୀୟ ଯୋଜନାର ବାହାବା ନେଉଛି। ୨୯/୩୦ ଟଙ୍କାରେ ଚାଉଳ କିଣି କେନ୍ଦ୍ର ସରକାର ପଠାଉଛନ୍ତି।  ରାଜ୍ୟ ସରକାର ମାତ୍ର ୧/୨ ଟଙ୍କା ସେଥିରେ ମିଶାଇ କେନ୍ଦ୍ରର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଏହା ତାଙ୍କର ଯୋଜନା ବୋଲି କହୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଯଦି ଆପଣଙ୍କ ପୁଅ ଦିଲ୍ଲୀରୁ ମନି ଅର୍ଡର ପଠାଏ ଏବଂ ପୋଷ୍ଟମ୍ୟାନ ତାହାକୁ ନେଇ ଆପଣଙ୍କ ପାଖରେ ପହଞ୍ଚାଏ, ତା’ହେଲେ ଏହା କ’ଣ ପୋଷ୍ଟମ୍ୟାନର ଟଙ୍କା କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ମୋଦୀ କହିଥିଲେ, ‘ମୁଁ କହୁନି ଯେ ରାଜ୍ୟ ସରକାର ଚାଉଳ ପହଞ୍ଚାଇବାରେ କଷ୍ଟ କରୁନାହାନ୍ତି। କିନ୍ତୁ ସେ ଲୋକଙ୍କୁ ଜଣାଇବା ଦରକାର ଯେ, ଚାଉଳ କିଏ ପଠାଉଛି।’

ମୋଦୀ ଆହୁରି କହିଥିଲେ, ଓଡ଼ିଶାର ଜଙ୍ଗଲ, ପ୍ରାକୃତିକ ସମ୍ପଦ ଭାରତକୁ ସମୃଦ୍ଧ କରିଛି। କିନ୍ତୁ ଏଠାରେ ଜଙ୍ଗଲ ଅଧିବାସୀଙ୍କୁ ଲୁଟ୍‌ କରାଯାଉଛି। ଖଣିଜ ସମ୍ପଦରୁ ଆସୁଥିବା ଲାଭର ୧ ଅଂଶ ସ୍ଥାନୀୟ ଅଞ୍ଚଳର ବିକାଶରେ ବିନିଯୋଗ କରାଯିବା ଉଚିତ। ଡିଏମଏଫ ଜରିଆରେ ରାଜ୍ୟକୁ ୬ ହଜାର କୋଟି ଟଙ୍କା ଦିଆଯାଇଛି। କିନ୍ତୁ ବିଜେଡି ସରକାର ୬ ହଜାର କୋଟିରୁ ମାତ୍ର ୧ ହଜାର କୋଟି ଖର୍ଚ୍ଚ କରିଛି। ଅବଶିଷ୍ଟ ଅର୍ଥ ପଡ଼ି ରହିଥିବାବେଳେ ଆପଣମାନେ ଘାଣ୍ଟି ହେଉଛନ୍ତି। ୨୦ ବର୍ଷ ଧରି ଆପଣମାନେ ଆଖି ବନ୍ଦ କରି ଏମାନଙ୍କ ଉପରେ ବିଶ୍ଵାସ କରିଛନ୍ତି। ଏବେ ଓଡ଼ିଶା ମାଟି ପରିବର୍ତ୍ତନ ପାଇଁ ମନସ୍ଥିର କରିସାରିଛି।

- Advertisement -

ମୋଦୀ ସରକାର ଆସିଲେ ଗରିବଙ୍କୁ ଘର ପ୍ରଦାନ କାର୍ଯ୍ୟ ତ୍ଵରାନ୍ବିତ ହେବ। ୨୦୨୨ ସୁ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ଦିଆଯାଇ ସରିଥିବ। ଘର ସହ ଉଜ୍ଜ୍ଵଳା ଗ୍ୟାସ୍‌, ସୌଭାଗ୍ୟ ବିଜୁଳି ଏବଂ ଏଲଇଡି ବଲ୍‌ବ ଏବଂ ଶୌଚାଳୟ ଦିଆଯାଇଥିବ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories