ଗ୍ୟାସ୍ ଚୁଲିରେ ପୋଡ଼ି ହୋଇ ଯୁବକ ଗୁରୁତର
ଆଠଗଡ଼ : ଆଠଗଡ ପୁରୁଣା ବସଷ୍ଟାଣ୍ଡ ନିବାସୀ ବାଳକୃଷ୍ଣ ବେହେରାଙ୍କ ପୁଅ ଦୀପକ ବେହେରା ନିଆଁରେ ପୋଡ଼ି ଗୁରୁତର ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସୋମବାର ବାଳକୃଷ୍ଣ ବେହେରାଙ୍କ ସ୍ତ୍ରୀ ଧୂପ ଦେବାପାଇଁ ଠାକୁର ଘରକୁ ଯାଉଥିବା ବେଳେ ପୂର୍ବରୁ ଘର ମଧ୍ୟରେ ଗ୍ୟାସ ଲିକ୍ ହୋଇ ରହିଥିବା ବେଳେ ଘର ମଧ୍ୟକୁ ଯିବା ସମୟରେ ହଠାତ ଧୂପକାଠି ସଂସ୍ପର୍ଶରେ ଗ୍ୟାସ ନିଆଁ ଲାଗିବାରୁ ଘରେ ଥିବା ତାଙ୍କ ପୁଅ ଦୀପକ ବେହେରାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଦୀପକ ନିଜକୁ ବଞ୍ଚାଇବାକୁ ଯାଇ ଘର ମଧ୍ୟରେ ବାହାରକୁ ଲମ୍ପ ପ୍ରଦାନ କରିଥିଲେ କିନ୍ତୁ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଗୁରୁତର ଆହତ ହୋଇ ପଡିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପଟେ ଗୁରୁତର ଆହତ ଦୀପକ ବେହେରାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ତେବେ ଏକ ବଡ଼ ବିସ୍ଫୋରଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜାଣିବାକୁ ମିଳିଛି।
Comments are closed.