www.samajalive.in
Saturday, December 6, 2025
19.1 C
Bhubaneswar

ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ, ୨ ଗୁରୁତର

କାଲିମେଳା : ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଉଣ୍ମକୋଣ୍ଡା ବଜାର ଉପରେ ରବିବାର ସନ୍ଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗ୍ରାମର ଉଦ୍ଧବ ସରଦାର, ସୁନିଲ ସରଦାର, ଦୁର୍ଯ୍ୟୋଧନ ସରଦାରଙ୍କ ଘରେ ନିଆଁ ଲାଗିଯାଇଥିବାରୁ ଏହି ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡରେ ୩ ଜଣଙ୍କ ଘରର ସମସ୍ତ ଜିନିଷପତ୍ର ସହ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ କାଲିମେଳା ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର ପୋଡ଼ି ଯାଇଥିଲା। ଏହା ସହ ଉକ୍ତ ଘରେ ଥିବା ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ନିଆଁ ଲାଗିଥିବା ଘରର ନିକଟରେ ଥବା ଦେକାନ ଗୃହ ମଧ୍ୟ ଆଂଶିକ ନିଆଁ ଲାଗିବାରୁ ବିକ୍ରି ପାଇଁ ଥିବା ସାମଗ୍ରୀ କେତେକ ପୋଡ଼ି ଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories