www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପାରମ୍ପରିକ ଅଭିଭାଷଣ ସହିତ ପଞ୍ଚଦଶ ବିଧାନସଭାର ଶେଷ ତଥା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସରକାରଙ୍କର ଗୋଲପୀ ଚିତ୍ର ବଖାଣିଛନ୍ତି। ରାଜ୍ୟପାଳ ଭାବେ ଏହା ତାଙ୍କର ପ୍ରଥମ ଅଭିଭାଷଣ।ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରେ ପରଲୋକଗମନ କରିଥିବା ରାଜନେତା ଏବଂ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞପନ କରାଯାଇଥିଲା।

- Advertisement -
ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ

-କାଳିଆ ଯୋଜନାରେ ଚାଷୀଙ୍କ ଉନ୍ନତି ହେବ

-ଚାଷୀ ଏବଂ ଭାଗଚାଷୀଙ୍କୁ ମିଳୁଛି କାଳିଆ ଯୋଜନାରେ ସହାୟତା

-ହିତାଧିକାରୀଙ୍କ ପ୍ରାପ୍ୟ ସୁନିଶ୍ଚିତ କରିବା ପାଇଁ ପିଠା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି

– ଡିବିଟି ମାଧ୍ୟମରେ ଚାଷୀଙ୍କ ଜମା ଖାତାକୁ ଅର୍ଥ ଯାଉଛି

-‘ଆମ ଗାଁ ଆମ ବିକାଶ’ ଏକ ଉତ୍କୃଷ୍ଟ ଯୋଜନା

– ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ଆଗେଇ ଚାଲିଛି

-ଗୁଣାତ୍ମକ ଶିକ୍ଷା ପାଇଁ ୨୮ଟି ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି

-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି

-ଅଧିକ ୫ ଲକ୍ଷ ହିତାଧିକାରୀ ମଧୁବାବୁ ପେନସନ୍ ଯେଜନାରେ ସାମିଲ ହୋଇଛନ୍ତି

-ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟପାଇଁ ଉଦାହାରଣ ପାଲଟିଛି

-ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି, ରାଜ୍ୟକୁ ୫ଥର କୃଷି କର୍ମଣ ପୁରସ୍କାର ମିଳିଛି

ସୋମବାର ନିର୍ଦ୍ଧାରିତ ସମୟରେ ଗୃହ ଆରମ୍ଭ ହୋଇଥିଲା । ଜାତୀୟ ସଙ୍ଗୀତ ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ ।  ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା  ବିଷୟରେ ବର୍ଣ୍ଣନା କରି ରାଜ୍ୟପାଳ କହିଲେ ଓଡ଼ିଶା, ୨୦୦୦ ମସିହାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଏହା ସହିତ ରାଜ୍ୟରେ କୃଷି ଉତ୍ପାଦନ ମଧ୍ୟ ବଢ଼ିଛି । ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି । ଓଡ଼ିଶା ଆଜି ଆର୍ଥିକ ସ୍ୱଚ୍ଛଳ ରାଜ୍ୟରେ ପରିଣତ ହୋଇଛି । କୃଷକଙ୍କ ବିକାଶ ପାଇଁ ‘କାଳିଆ’ ଯୋଜନା ଆରମ୍ଭ କରାଯାଇଛି । ସେହିପରି ୬୫ ହଜାର ଚାଷୀଙ୍କୁ ମୋବାଇଲ୍‌ ଫୋନ ଦିଆଯାଇଛି । ଆସନ୍ତା ଏପ୍ରିଲ ମାସରୁ ବିନା ସୁଧରେ କୃଷକଙ୍କୁ ଋଣ ପ୍ରଦାନ କରାଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏହା ସହିତ ୪୮ ପ୍ରତିଶତ ଲୋକଙ୍କୁ ପେନ୍‌ସନ୍‌ ଦିଆଯାଉଛି । ସେହିପରି ଗରିବ ଲୋକଙ୍କ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ସେହିପରି ନିଦାନ, ନିରାମୟ ଓ ସହାୟ ଭଳି ଯୋଜନା ମାଧ୍ୟମରେ ମାଗଣାର ଚିକିତ୍ସା ଦିଆଯାଉଛି ।

ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ବିଗତ ୪ ବର୍ଷ ମଧ୍ୟରେ ୪ ନିୟୁତ ଗୃହ ନିର୍ମାଣ କରାଯାଇଛି । ୩୧୪ଟି ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟ ଶେଷ ହୋଇଛି । ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ଭୁବନେଶ୍ୱରରେ ଦେଶରେ  ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ।  ସେହିପରି ରାଜ୍ୟରେ ଦ୍ରୁତଗତିରେ ଶିଳ୍ପାୟନ ଚାଲୁ ରହିଛି। ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇଁ ୨୮ଟି ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ମହାନଦୀ ଗ୍ରୀନ ମିଶନ ଯୋଜନା ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କରାଯାଉଛି  ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣ କହିଥିଲେ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି । ଆସନ୍ତା ୭ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗୃହରେ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories