www.samajalive.in
Saturday, December 6, 2025
14.1 C
Bhubaneswar

ଭୟାଭୟ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଆରଡ଼ି : ଭଦ୍ରକ ଜିଲା ଆରଡ଼ିପୀଠ ଓ ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁର ପ୍ରଭାତ ବିଶ୍ୱାଳଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ପରେ ଏହି ନିଆଁ ଘର ନିକଟରେ ଥିବା ଗହାଳକୁ ମଧ୍ୟ ବ୍ୟାପି ଯାଇଥିବାରୁ ଏଥିରେ ଚାରିଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।
ନିଆଁକୁ ଆୟତ୍ତ କରିବାକୁ ଗାଁ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ।
ସେହିପରି ଆରଡ଼ିପୀଠରେ ଅଦୈତ ପ୍ରସାଦ ପାଢୀଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏଥିରେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହେବା ସହ ଆଉ ଏକ ଗୋରୁକୁ ଗୁରୁତର ଭାବେ ଗ୍ରାମବାସୀ ଉଦ୍ଧାର କରିଥିଲେ।
ସୂଚନା ଯୋଗ୍ୟ, ଆରଡ଼ି କିମ୍ବା ନିକଟ ୧୦ କି.ମି ବ୍ୟବଧାନରେ କୌଣସି ଅଗ୍ନିଶମ କାର୍ଯ୍ୟାଳୟ ନଥିବାରୁ, ଅଗ୍ନିକାଣ୍ଡ ହେଲେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରୁ ନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ତୁରନ୍ତ ଆରଡ଼ି ପୀଠରେ ଏକ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories