www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିକାଣ୍ଡରେ ୨ ବଖରା ଘର ଭସ୍ମୀଭୂତ

କୋଣାର୍କ : କୋଣାର୍କ ଥାନା ନାଧୀନ ଡ଼ାଳିମ୍ବଗୋରଡ଼ି ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଗୃହ ସହ ୩ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୋଣାର୍କ ଏନ ଏ ସି ଅଧିନସ୍ଥ ୫ ନଂ ୱାର୍ଡ଼ ଡ଼ାଳିମ୍ବୱାର୍ଡ଼ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁହାଳରେ ଦିଆଯାଇଥିବା ଧୂଆଁରୁ ଅଗ୍ନି ସଂଯୋଗ ହୋଇ ଏହି ଘଟଣା ଘଟିଛି। ଗ୍ରାମର ବଳରାମ କାଂଡ଼ିଙ୍କ ଘର ସନ୍ନିକଟ ଗୁହାଳ ଘରେ ଧୂଆଁ ଦିଆଯାଇଥିଲା। ସେଥିରୁ ଅଗ୍ନି ସଂଯୋଗ ହୋଇ ବିଳମ୍ବିତ ରାତିରେ ଶୋଇବା ଘରେ ନିଆଁ ଲାଗିଯାଇଥିଲା। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କର ୫୦ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଖବର ପାଇ ଚମ୍ପାହର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories