ବ୍ରହ୍ମପୁର: ଟାଉନ ଥାନା ପୁଲିସ ବ୍ରହ୍ମପୁର ସହରରେ ଚାଲିଥିବା ଏକ ନକଲି ଲୁବ୍ରିକ୍ୟାଣ୍ଟ କାରଖାନା ଠାବ କରିଛି। ଏଠାରେ ପୋଡା ଲୁବ୍ରିକାଣ୍ଟରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଶାଇ ଲେବଲିଂ କରାଯିବା ସହ ନୂତନ ବ୍ୟାରେଲରେ ଭର୍ତ୍ତି କରାଯାଉଥିବା ସୂଚନା ମିଳିଛି। ରବିବାର ସକାଳୁ ନୀଳାଦ୍ରି ବିହାର ଅଞ୍ଚଳରୁ ଏକ କାର ଯୋଗେ ନକଲି ଲୁବ୍ରିକ୍ୟାଣ୍ଟ ଭୁବନେଶ୍ୱରକୁ ଚାଲାଣ ବେଳେ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ସଦଳବଳେ ଚଢ଼ାଉ କରିଥିଲେ। ନକଲି ଲୁବ୍ରିକାଣ୍ଟ କାରବାର କରୁଥିବା ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Popular Categories



