www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତାକାଲି ଭାରତ-ଭିଏତ୍‍ନାମ୍‍ ଶିଖର ବୈଠକ, ଆଞ୍ଚଳିକ ସମସ୍ୟା ହେବ ମୁଖ୍ୟ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଏତ୍‍ନାମ୍‍ ପ୍ରଧାନମନ୍ତ୍ରୀ ଙ୍ଗୁଏନ୍‍ ଷୁଆନ୍‍ ଫୁକ୍‍ଙ୍କ ସହ ଭର୍ଚୁଆଲ୍‍ ଭାବେ ଆୟୋଜିତ ଶିଖର ବୈଠକରେ ଯୋଗଦେବେ। ବୈଠକ କାଳରେ ଉଭୟ ନେତା ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଅନେକ ବିଷୟ ଉପରେ ପରସ୍ପରର ଆଭିମୁଖ୍ୟ ରଖିବା ସହିତ ଭାରତ-ଭିଏତ୍‍ନାମ୍‍ ବିସ୍ତୃତ ନୀତିଗତ ଭାଗିଦାରୀକୁ ଭବିଷ୍ୟତରେ ଆହୁରି ପରିବ୍ୟାପ୍ତ କରିବା ଦିଗରେ ମାର୍ଗଦର୍ଶନ କରାଇବେ। ଚଳିତ ବର୍ଷ ଉଭୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଓ ନେତୃବୃନ୍ଦ ପରସ୍ପରର ଦେଶ ଗସ୍ତ କରିଛନ୍ତି। ଭିଏତ୍‍ନାମ୍‍ ଉପରାଷ୍ଟ୍ରପତି ଡାଙ୍ଗ୍‍ ଥି ଙ୍ଗୋକ୍‍ ଥିନ୍‍ ଗତ ଫେବୃୟାରୀ ମାସରେ ଭାରତ ଗସ୍ତ କରିଥିଲେ।

ଉଭୟ ଦେଶର ପ୍ରଧାନମନ୍ତ୍ରୀ ଗତ ଏପ୍ରିଲ୍‍ ୧୩ରେ କରୋନା ମହାମାରୀ ଯୋଗୁଁ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା କରିଥିଲେ। ଏହାଛଡ଼ା ଗତ ଅଗଷ୍ଟ ୨୫ରେ ଅନୁଷ୍ଠିତ ସପ୍ତଦଶ ଯୁଗ୍ମ ସଚିବସ୍ତରୀୟ ବୈଠକରେ ଉଭୟ ଦେଶର ବିଦେଶ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ଭାଗିଦାରୀର ଅଂଶସ୍ୱରୂପ ଭାରତର ରକ୍ଷାମନ୍ତ୍ରୀ ଭିଏତ୍‍ନାମ୍‍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଗତ ନଭେମ୍ବର ୨୭ରେ ଏକ ଭର୍ଚୁଆଲ୍‍ ବୈଠକରେ ଯୋଗ ଦେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories