www.samajalive.in
Saturday, December 6, 2025
19.1 C
Bhubaneswar

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ଗୋପାଳପୁର: ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ଗସ୍ତ କରି ଅସହାୟ ପରିବାର  ଓ କରୋନାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଏସ୍. ଧର୍ମରାଜ୍ ଗତ କିଛି ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ସନ୍ଦେହ କରି ଶବ ସତ୍କାର ନିମନ୍ତେ କେହି ନ ଆସିବାରୁ  ପ୍ରଶାସନର ତରଫରୁ ଶବ ସତ୍କାର କରଯାଇଥିଲା । ଉକ୍ତ ପରିବାରକୁ ଭେଟି ବାପା ଛେଉଣ୍ଡ ୫ ବର୍ଷ ଓ ୩ ବର୍ଷର ୨ ଝିଅ ମାନବି ଓ ଭାଗ୍ୟଶ୍ରୀଙ୍କର ପାଠ ପଢ଼ିବାର ସମସ୍ତ ଦାୟିତ୍ୱ ବହନ କରିବାର ପ୍ରତିଶ୍ରୁତି ପ୍ରଦାନ ସହ କିଛି ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ସମବେଦନା ଜ୍ଞାପନ କରିଥିଲେ।
ତତ୍ପରେ ଶ୍ରୀ ଜେନା କୁକୁଡ଼ା ଖଣ୍ଡି ବ୍ଲକ୍ ଅନ୍ତର୍ଗତ ବୋରି ଗାଁ ପଂଚାୟତର କସ୍ତୁରୀ ସାହୁ ନାମକ ଜଣେ ଅସହାୟ ମହିଳାଙ୍କ ଆର୍ଥିକ ଅଭାବରୁ  ପୁନର୍ବାର ଚକ୍ଷୁ ଓପରେସନ୍  ହୋଇପାରୁନଥିବା ପରିବାର ନିକଟରେ ପହଞ୍ଚି ତାଙ୍କ ଅପରେସନ୍ ନିମନ୍ତେ କିଛି ଆର୍ଥିକ ସହାୟତା ପ୍ରଦାନ ସହ  ଅପରେସନ୍ ନିମନ୍ତେ ଆଲୋଚନା କରିଥିଲେ। ସେହିପରି ଭୁବନେଶ୍ୱର AIIMSରେ ଗୁରୁତର ଭାବେ ମେରୁଦଣ୍ଡ ଓପରେସନ୍ ନିମନ୍ତେ  ଚିକିତ୍ସିତ ହେଉଥିବା  ମସିହା ଖାଲି ଗ୍ରାମର ମଙ୍ଗଳୁ ମହାରଣାଙ୍କ ଚିକିତ୍ସା ନିମନ୍ତେ  ଗ୍ରାମବାସୀ ଆର୍ଥିକ ସହାୟତା ସକାଶେ ଯୋଜନା କରୁଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ଜେନା  ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ସହିତ ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ମଙ୍ଗଳୁ ମହାରଣାଙ୍କ ଆଶୁଆରୋଗ୍ୟ କାମନା ପୂର୍ବକ AIIMS କର୍ତ୍ତୃପକ୍ଷଙ୍କ ଆଲୋଚନା କରିଥିଲେ।
ଏହି ପରିପ୍ରେକ୍ଷୀରେ ତୁଳୁ ମଣ୍ଡଳ ସଭାପତି ବ୍ରଜମୋହନ ନାହକ , ଗୋଳାବନ୍ଧ ଗ୍ରାମର ପୂର୍ବତନ ସରପଞ୍ଚ ଏସ୍. ବିଶ୍ଵନାଥ , ଟି ଭାସ୍କର୍ ରାଓ , ନିମଖଣ୍ଡି ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର, ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏଲ୍. ମୋହନ ଦାସ୍ , ମହନ୍ତ ଚିନ୍ମୟ ମହାରାଜ , ବାବୁଲା ସାହୁ , ଲୀଟୁ ସାହୁ, ଏ. ବାବୁଲା, ନିରଞ୍ଜନ ସାହୁ, ଗୌତମ ମହାରଣା ଓ ସମସ୍ତ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories