www.samajalive.in
Sunday, December 7, 2025
26.1 C
Bhubaneswar

ଡିଆର୍‍ଡିଓ ସ୍ଥାପନ କରିଛି ୮୫୦ଟି ଅମ୍ଳଜାନ ପ୍ଲାଣ୍ଟ

ପ୍ରତିରକ୍ଷା ବିକାଶ ଓ ଗବେଷଣା ପ୍ରତିଷ୍ଠାନ ଡି.ଆର୍‍.ଡି.ଓ. ଅଧ୍ୟକ୍ଷ ଡକ୍ଟର ସି. ସତୀଶ ରେଡ୍ଡୀ କହିଛନ୍ତି, କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶରେ ଅମ୍ଳଜାନ ଅଭାବ ପୂରଣ କରିବା ନିମନ୍ତେ ପି.ଏମ୍‍. କେୟାରସ୍‍ ପାଣ୍ଠି ଅନୁଦାନରେ ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୮୫୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଆଜାଦି କା ଅମୃତ ମହୋତ୍ସବ ସମ୍ଭାଷଣ ଅବସରରେ ଡକ୍ଟର ରେଡ୍ଡୀ ଏହା କହିଛନ୍ତି। ସେ କହିଛନ୍ତି, ଡି.ଆର୍‍.ଡି.ଓ. ଆବଶ୍ୟକ ସମୟରେ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସବୁ ସମୟରେ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଡି.ଆର୍‍.ଡି.ଓ. ପକ୍ଷରୁ ଫ୍ଲାଇଙ୍ଗ୍‍ ହସ୍ପିଟାଲ୍‍ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ହସ୍ପିଟାଲ ମଧ୍ୟରୁ ଭାଇରସ୍‍ ବାହାରକୁ ଯିବ ନାହିଁ ଏବଂ ତୃତୀୟ ଲହର ଯଦି ଆସେ ତାହାର ମଧ୍ୟ ମୁକାବିଲା କରାଯାଇ ପାରିବ।

ଡି.ଆର୍‍.ଡି.ଓ. ଲୋକମାନଙ୍କ ସାହାଯ୍ୟ ସହଯୋଗ ନିମନ୍ତେ ସବୁ ସମୟରେ ଆନ୍ତର୍ଜାତିକ ମାନର ଉଚ୍ଚସ୍ତରୀୟ ଜ୍ଞାନକୌଶଳ ବ୍ୟବହାର କରି ବିକାଶ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ଡକ୍ଟର ରେଡ୍ଡୀ କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories