www.samajalive.in
Sunday, December 7, 2025
15.1 C
Bhubaneswar

ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୪.୭୨%, ଟିକା ନେଲେଣି ୨୫,୮୭,୧୩,୩୨୧

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ କିଛି ଦିନ ଧରି ୧ ଲକ୍ଷରୁ ତଳେ ରହୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ୮୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୨୧ ଜଣ ନୂଆ କରୋନା ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଏବଂ କେନ୍ଦ୍ର ସରକାରଙ୍କ ଦୃଢ଼ ପଦକ୍ଷେପ ଏବଂ ସହଯୋଗ ଫଳରେ ଦେଶରେ କରୋନା ସଂକ୍ରମଣ ଆଶାତିତ ଭାବେ ହ୍ରାସ ପାଇଛି। ସେହିପରି ଦେଶରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଆଜି ୯ ଲକ୍ଷ ୭୩ ହଜାର ୧୫୮ଜଣ ସକ୍ରିୟ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଙ୍ଗରୋଧରେ ମଧ୍ୟ ସଂକ୍ରମିତମାନେ ରହିଛନ୍ତି। ସୂଚନା ଅନୁଯାୟୀ ୬୬ଦିନ ପରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ୧୦ଲକ୍ଷରୁ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୫୩ ହଜାର ଏକ ହ୍ରାସ ପାଇଛି।

ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ତୂଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହୁଥିବା ବେଳେ ଆଜି ୩୨ତମ ଦିନରେ ମଧ୍ୟ ଏହି ସଂଖ୍ୟା ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୯ ହଜାର ୫୦୧ ଜଣ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏ ପର୍ଯ୍ୟନ୍ତ ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଫଳରେ ଦେଶରେ କରୋନା ଜନିତ ଆରୋଗ୍ୟ ହାର ୯୫.୪୩ %କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ଲକ୍ଷ ୯୨ ହଜାର ୧୫୨ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୩୭ କୋଟି ୯୬ ଲକ୍ଷ ୨୪ ହଜାର ୬୨୬ଟି ନମୁନା ପରୀକ୍ଷା ହୋଇଛି। ଦେଶରେ କରୋନା ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ହ୍ରାସ ପାଇବା କରୋନା ମହାମାରୀ ମୁକାବିଲା ଦିଗରେ ସଫଳତା ବୋଲି କୁହାଯାଇଛି। ଏବେ ଦେଶରେ ଦୈନିକ ସଂକ୍ରମଣ ହାର ୪.୭୨% ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୪.୫୪ % ରହିଛି।

- Advertisement -

ଦେଶରେ ଏ ପର୍ଯ୍ୟନ୍ତ ୨୫ କୋଟି ୮୭ ଲକ୍ଷ ୧୩ ହଜାର ୩୨୧ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକାକରଣ କରାଯାଇଥିବା ସୂଚନା ମିଳିଛି। ବିଭିନ୍ନ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ୩୫ ହଜାରରୁ ଅଧିକ ସେସନରେ ଏହି ଟିକାକରଣ କରାଯାଇଛି। ଏଥିରେ ୧ କୋଟି ୬୭ ହଜାର ୬୪୧ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍‍, ୬୯ ଲକ୍ଷ ୮୧ ହଜାର ୮୪୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‍ ଦିଆଯାଇଥିବା ବେଳେ ୧ କୋଟି ୬୮ ଲକ୍ଷ ୩୮ ହଜାର ୪୦୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଓ ସେହି ବର୍ଗର ୮୮ ଲକ୍ଷ ୭୬ ହଜାର ୯୩୧ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ଅନ୍ୟ ପକ୍ଷରେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୪ କୋଟି ୩୪ ଲକ୍ଷ ୩୫ ହଜାର ୩୨ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୮ ଲକ୍ଷ ୩୩ ହଜାର ୮୦୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ୪୫ରୁ ୬୦ ବର୍ଷ ମଧ୍ୟରେ ୭ କୋଟି ୬୫ ଲକ୍ଷ ୪୮ ହଜାର ୭୪୦ ଜଣଙ୍କୁ ପ୍ରଥମ ଡୋଜ୍‍, ୧ କୋଟି ୨୦ ଲକ୍ଷ ୮୧ ହଜାର ୯୨୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‍, ୬୦ ବର୍ଷରୁ ଊର୍ଦ୍ଧ୍ବ ୬ କୋଟି ୨୯ ଲକ୍ଷ ୭୮ ହଜାର ୭୩୩ ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୨ କୋଟି ୭୦ ହଜାର ୨୩୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories