www.samajalive.in
Saturday, December 6, 2025
14.1 C
Bhubaneswar

ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସର ମାଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସ କର୍ମଚାରୀଙ୍କ ମାଡ଼ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ଜିଲାପାଳଙ୍କୁ ଫୋନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି।

ସୁରଟର ଏକ ବ୍ୟାଙ୍କ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା। ମାଡ଼ ମାରିଥିବା ଅଭିଯୁକ୍ତ ହେଉଛନ୍ତି ସୁରଟ ସିଟି ପୁଲିସର ଜଣେ କର୍ମଚାରୀ। ଏହି ଘଟଣାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅର୍ଥମନ୍ତ୍ରୀ ନିଜେ ଏହି ଘଟଣା ବିଷୟରେ ଅବଗତ ହୋଇ ସୁରଟ ଜିଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ରାତିରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ଦାୟର ହୋଇଛି।

- Advertisement -

କେନ୍ଦ୍ର ଅର୍ଥମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ଘଟଣାରେ ସୁରଟ ଜିଲାପାଳ ଡା. ଧବଲ ପଟେଲଙ୍କ ସହିତ କଥା ହୋଇଛି। ବର୍ତ୍ତମାନ ସେ ଛୁଟିରେ ଅଛନ୍ତି, କିନ୍ତୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି କେହି ହାନି ପହଞ୍ଚାଇ ପାରିବେ ନାହିଁ। ଅଭିଯୁକ୍ତକୁ ନିଲମ୍ବନ କରିବାକୁ ପୁଲିସ କମିଶନର ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories