www.samajalive.in
Saturday, December 6, 2025
14.1 C
Bhubaneswar

ଆକର୍ଷଣୀୟ ଓ ଘନ କେଶ ପାଇଁ ସହଜ ଉପାୟ

ଆକର୍ଷଣୀୟ ଓ ଘନ କେଶ ପାଇଁ ସଭିଁଙ୍କ ଇଚ୍ଛା। ମାତ୍ର ବହୁ ସମୟରେ କେଶ ଉପୁଡ଼ିବା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହାର ପ୍ରତିକାର ପାଇଁ ଆମେ ବିଭନ୍ନ ପ୍ରକାର କୃତ୍ରିମ ଦ୍ରବ୍ୟ ମଧ୍ୟ ବ୍ୟବହାର କରିଥାଉ। ଅନେକ ସମୟରେ ଏହାର ଆଶାଜନକ ଫଳ ମଧ୍ୟ ମିଳିନଥାଏ। ମାତ୍ର କେତୋଟି ଘରୋଇ ଉପାୟ ମାଧ୍ୟମରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ, ସେହି ଉପାୟ …………….
ମେଥି –
ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ। ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ।
ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ –
ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ। 
ନଡ଼ିଆ ତେଲ ଓ ମହୁ –
୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ମାଲିସ କରନ୍ତୁ।ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ। ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ। ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ।
ଅଣ୍ଡା –
ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ। ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories