www.samajalive.in
Saturday, December 6, 2025
19.1 C
Bhubaneswar

ସିସିଟିଭିରେ ଗାମୁଛା ଗୁଡାଇ ଲୁଟିଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ଲୁଟର ନୂଆ ଉପାୟ। ଘରେ କେହି ନଥିବାବେଳେ ସିସିଟିଭିରେ ଗାମୁଛା ଗୁଡାଇ ଘର ଭିତରେ ପଶିଥିଲେ ଲୁଟେରା। ହେଲେ ସିସିଟିଭିରେ କଏଦ ହେବା ଡରରେ ଏଭଳି କରିଥିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ। ଦୁର୍ବୃତ୍ତମାନେ ଘରେ ପଶି ଟଙ୍କା ୨୦ହଜାର ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗଡ଼ସାହି ଗ୍ରାମର ନାରାୟଣ ଦାସ ଗତ ୨୮ ତାରିଖରେ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଏହି ସୟମରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଗେଟ୍‌‌ ତାଲା ଭାଙ୍ଗି ଘରେ ପଶି ଲୁଟ କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories