www.samajalive.in
Sunday, December 14, 2025
15.1 C
Bhubaneswar

ଏଫ୍‌ଆଇଏଚ୍‍ ପ୍ରୋ ଲିଗ୍‍ ହକି : ପ୍ରତିଶୋଧ ନେଲା ସ୍ପେନ୍‌

ଭୁବନେଶ୍ୱର : ଏଫ୍‍ଆଇଏଚ୍‍ ମହିଳା ପ୍ରୋ ଲିଗ୍‍ ହକିରେ ପଦାର୍ପଣ କରିଥିବା ଭାରତ ପ୍ରଥମ ପରାଜୟ ବରଣ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଭାରତକୁ ୪-୩ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଭାରତ ନିକଟରୁ ପରାଜିତ ହୋଇଥିବା ସ୍ପେନ୍‌ ପ୍ରତିଶୋଧ ନେବା ସହ ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଛି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ୍‌ର ୩ୟ ସ୍ଥାନରେ ରହିଛି।
ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ସ୍ପେନ୍‌ ଭିନ୍ନ ରଣନୀତି ସହ ପଡ଼ିଆକୁ ଓହ୍ଲାଇଥିଲା। ୪ର୍ଥ ମିନିଟ୍‍ରେ ସ୍ପେନ୍‌ ପକ୍ଷରୁ ବିଗୋନା ଗ୍ରାସିଆ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପରେ ଭାରତ ମ୍ୟାଚ୍‌କୁ ଫେରିବାକୁ ଉଦ୍ୟମ କରିଥିଲା। ୧୦ ମିନିଟ୍‍ରେ ବରିଷ୍ଠ ଦଳ ପାଇଁ ପ୍ରଥମ ମ୍ୟାଚ ଖେଳୁଥିବା ସଙ୍ଗୀତା କୁମାରୀ ଗୋଲ ଦେଇ ସ୍କୋର୍‌କୁ ୧-୧ କରିଥିଲେ। ୧୫ ମିନିଟ୍‍ରେ ସ୍ପେନ୍‌ କ୍ରମାଗତ ୩ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ୩ୟ ପେନାଲ୍‌ଟି କର୍ଣ୍ଣରକୁ ମାଇଲେନ ଗାର୍ସିଆ ଗୋଲରେ ପରିଣତ କରିଥିଲେ। ୨୨ ମିନିଟ୍‍ରେ ଭାରତ ପକ୍ଷରୁ ସାଲିମା ଟେଟେ ଗୋଲ ଦେଇ ସ୍କୋର୍‌କୁ ୨-୨ କରିଥିଲେ। ପରେ ସ୍ପେନ୍‌ ପୁଣି ଆଗୁଆ ହୋଇଥିଲା। ୨୪ ମିନିଟ୍‍ରେ ସ୍ପେନ ପକ୍ଷରୁ ଇଗ୍ଲେସିଆସ ବିଲେନ ୩ୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ସ୍ପେନ୍‌ ୩-୨ ଗୋଲରେ ଆଗୁଆ ରହିଥିଲା। ୩୫ ମିନିଟ୍‍ରେ ସ୍ପେନ୍‌କୁ ଏକ ପେନାଲ୍‌ଟି ଷ୍ଟ୍ରୋକ୍‍ ମିଳିଥିଲା। ଏହାକୁ ଭାରତୀୟ ଗୋଲରକ୍ଷକ ସବିତା ରୋକି ଦେଇଥିଲେ। ଅନ୍ତିମ କ୍ୱାର୍ଟରରେ ଭାରତ ମ୍ୟାଚକୁ ଫେରିବାକୁ ଉଦ୍ୟମ କରିଥିଲା। ୪୯ ମିନିଟ୍‍ରେ ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ନମିତା ଟପ୍ପୋ ଗୋଲ୍‌ ଦେଇ ସ୍କୋର୍‌କୁ ୩-୩ କରିଥିଲେ। ଖେଳ ଶେଷହେବାକୁ ମାତ୍ର ୨୬ ସେକେଣ୍ଡ ଥିବା ବେଳେ ସ୍ପେନ୍‌କୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଜାଣ୍ଟାଲ ଗିନେ ଗୋଲ ଦେଇ ଦଳକୁ ୪-୩ରେ ବିଜୟୀ କରାଇଥିଲେ। ସ୍ପେନର ବିଲିନ ଇଗ୍ନେସିଆସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍‍ ଉପେନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା। ଭାରତ ମାର୍ଚ୍ଚ ୧୨ ଓ ୧୩ରେ ପରବର୍ତ୍ତୀ ମ୍ୟାଚ ଜର୍ମାନୀ ସହ କଳିଙ୍ଗ ଷ୍ଟାଡିୟମରେ ଖେଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories