www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପିରେ ଯୋଗଦେଲେ ଗୁଲାମ ନବୀଙ୍କ ପୁତୁରା

ଜାମ୍ମୁ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାସର ଆଜାଦ ବିଜେପିରେ ଯୋଗ ଦେଇଛନ୍ତି । ରବିବାର ଜାମ୍ମୁର ତ୍ରିକୁରା ନଗରସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳର ନେତା ରବୀନ୍ଦ୍ର ରାଇନା, ପୂର୍ବତନ ବିଧାୟକ ଡାଲିପ ପଡିହାରୀ ଓ ହାରୁନ ଚୌଧୁରୀ ପ୍ରମୁଖ ମୁବାସରଙ୍କ ସ୍ବାଗତ କରି ବିଜେପିରେ ସାମିଲ କରାଇଥିଲେ। ଏହି ଅବସରରେ ମୁବସର କହିଛନ୍ତି ଯେ ତାଙ୍କ ଦାଦା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସରେ ଯେଉଁ ଅସମ୍ମାନ କରାଯାଉଛି ତାକୁ ନେଇ ସେ ଗଭୀର ଆଘାତ ପାଇଛନ୍ତି। କଂଗ୍ରେସ ଦଳ ମଧ୍ୟରେ ଘୋର ଅନ୍ତର୍ଦ୍ୱନ୍ଦ୍ୱ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କ ବିଶ୍ୱାସ ହାସଲ କରିଛନ୍ତି। ତେଣୁ ଆମେ ସମାଜ ଏବଂ ରାଷ୍ଟ୍ରର ସ୍ୱାର୍ଥରେ ମୋଦୀ ଏବଂ ବିଜେପି ସହ ଠିଆ ହେବାକୁ ନିଷ୍ପତ୍ତି ନେଇଛୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories