www.samajalive.in
Sunday, December 14, 2025
23.1 C
Bhubaneswar

କନିଷ୍ଠ ମହିଳା ହକି ବିଶ୍ବକପ୍‌ : ଭାରତ-ନେଦରଲାଣ୍ଡ୍‌ସ ସେମିଫାଇନାଲ ଆଜି

ପୋଚେଫ୍‌ଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା): ଏଫ୍‌ଆଇଏଚ୍‌ କନିଷ୍ଠ ମହିଳା ହକି ବିଶ୍ବକପର ସେମିଫାଇନାଲ ଲାଇନ୍‌ ଅପ ଚୂଡାନ୍ତ ହୋଇଛି। ରବିବାର ପ୍ରଥମ ସେମିଫାଇନାଲରେ ଭାରତ- ନେଦରଲାଣ୍ଡ୍‌ସକୁ ଓ ଦ୍ବିତୀୟ ସେମିଫାଇନାଲରେ ଜର୍ମାନୀ -ଇଂଲଣ୍ଡକୁ ଭେଟିବ। କନିଷ୍ଠ ମହିଳା ବିଶ୍ବକପରେ ଭାରତ ଓ ନେଦରଲାଣ୍ଡ୍‌ସ ଦ୍ବିତୀୟ ଥର ପାଇଁ ସେମିଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଦ୍ବିତୀୟ ଥର ପାଇଁ ସେମିଫାଇନାଲ ଖେଳିବାକୁ ଯାଉଥିବା ଭାରତୀୟ ଦଳ ନିକଟରେ ଇତିହାସ ରଚିବାର ବଡ ସୁଯୋଗ ରହିଛି।

ସାଲିମା ଟେଟେଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ୱେଲ୍‌ସକୁ ୫-୧ ଗୋଲରେ, ଜର୍ମାନୀକୁ ୨-୧ ଓ ମାଲେସିଅାକୁ ୪-୦ ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। କ୍ବାର୍ଟର ଫାଇନାଲରେ ଦଳ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ପ୍ରତିଯୋଗିତାରେ ଅପରାଜୟ ରହିଛି। ଦଳ ୧୪ଟି ଗୋଲ ଦେଇଥିବାବେଳେ ମାତ୍ର ୨ଟି ଗୋଲ ବରଣ କରିଛି। ଷ୍ଟ୍ରାଇକର ମୁମତାଜ ଖାନ ଚମତ୍କାର ପ୍ରଦର୍ଶନ କରିବା ସହିତ ଏପର୍ଯ୍ୟନ୍ତ ୬ଟି ଗୋଲ ଦେଇଛନ୍ତି। ଭାରତ ୨୦୧୩ ଜର୍ମାନୀରେ ଆୟୋଜିତ କନିଷ୍ଠ ମହିଳା ହକି ବିଶ୍ବକପରେ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ନେଦରଲାଣ୍ଡ୍‌ସ ନିକଟରୁ ୩-୦ ଗୋଲରେ ପରାଜିତ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ ୩-୨(୧-୧) ଗୋଲରେ ଇଂଲଣ୍ଡକୁ ପରାସ୍ତ କରି କାଂସ୍ୟ ପଦକ ଜିତିଥିଲା। ଚଳିତ ସଂସ୍କରଣରେ ଭାରତ ନିକଟରେ ପ୍ରତିଶୋଧ ସହ ଇତିହାସ ରଚିବାର ବଡ ସୁଯୋଗ ରହିଛି। ଅନ୍ୟପକ୍ଷରେ ୩ଥର ବିଜେତା ନେଦରଲାଣ୍ଡ୍‌ସ ବିଶ୍ବକପର ଏପର୍ଯ୍ୟନ୍ତ ଶେଷ ହୋଇଥିବା ୮ଟି ସଂସ୍କରଣ ମଧ୍ୟରୁ ୭ଥର ସେମିଫାଇନାଲ ଖେଳିଛି। ଦଳ ଅଷ୍ଟମ ଥର ପାଇଁ ସେମିଫାଇନାଲ ଖେଳିବାକୁ ଯାଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories