www.samajalive.in
Sunday, December 14, 2025
26.1 C
Bhubaneswar

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି: ସୁଟ୍‌ଆଉଟ୍‌ରେ ହାରିଲା ଭାରତ

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ ହକି ୨୦୨୧-୨୨ର କଳିଙ୍ଗ ଷ୍ଟାଡ଼ିୟମରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ବିତୀୟ ମ୍ୟାଚକୁ ନେଦରଲାଣ୍ଡ୍‌ସ ପେନାଲ୍ଟି ସୁଟ୍‌ଆଉଟ୍‌ ୩-୧(୧-୧) ଗୋଲରେ ଜିତି ନେଇଛି। ଭାରତ ପ୍ରଥମ ମ୍ୟାଚକୁ ଜିତିଥିବାବେଳେ ନେଦରଲାଣ୍ଡ୍‌ସ ଦ୍ବିତୀୟ ମ୍ୟାଚକୁ ସୁଟ୍‌ଆଉଟରେ ଜିତି ପ୍ରତିଶୋଧ ନେଇଛି।ଏହି ପରାଜୟ ସହ ଭାରତ ୧ ଓ ନେଦରଲାଣ୍ଡ୍‌ସ ୨ ପଏଣ୍ଟ ପାଇଛି। ଖେଳର ପ୍ରଥମ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ରାଜୱିନ୍ଦର କୁଜୁର ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ବାର୍ଟର ତଥା ଖେଳର ୫୪ ମିନିଟ୍‌​‌େ​‌ର ନେଦରଲାଣ୍ଡସକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟିକା ୟୁବି ଜାନସେନ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଗୋଲ ୧-୧ରେ ବରାବର ରହିଥିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ଏଥିରେ ନେଦରଲାଣ୍ଡ୍‌ସ ୩-୧ ଗୋଲରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୨-୧ ଗୋଲରେ ଜିତି ନେଇଥିଲା।

ଅତିଥି ଭାବେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଓଡ଼ିଶା ହକି ପ୍ରମୋସନ ବୋର୍ଡ ଅଧ୍ୟକ୍ଷ ଅଲିମ୍ପିଆନ ଦିଲ୍ଲୀପ ତିର୍କୀ ଯୋଗ ଦେଇଥିଲେ। ଭାରତ ୮ଟି ମ୍ୟାଚରୁ ୪ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ବିଜୟ , ଦୁଇଟି ସୁଟ୍‌ଆଉଟ୍‌ ପରାଜୟ ଓ ଗୋଟିଏ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହିଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories