www.samajalive.in
Saturday, December 6, 2025
26.1 C
Bhubaneswar

୧୨ ଘରୋଇ ଲାବରେଟୋରୀକୁ ପରୀକ୍ଷା ଅନୁମତି

ନୂଆଦିଲ୍ଲୀ : କରୋନା ଭୂତାଣୁ ପରୀକ୍ଷାକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୧୨ଟି ଘରୋଇ ଲାବରେଟୋରୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଲାବରେଟୋରୀଗୁଡ଼ିକର ସାରା ଦେଶରେ ୧୫ହଜାରରୁ ଅଧିକ ନମୁନା ସଂଗ୍ରହ କେନ୍ଦ୍ର ରହିଛି। ଏଥିମଧ୍ୟରେ ସର୍ବାଧିକ ୫ଟି ମୁମ୍ବଇରେ ରହିଥିବାବେଳେ ହରିୟାଣା ଓ ତାମିଲନାଡ଼ୁରେ ୨ଟି ଲେଖାଏଁ ଏବଂ ଦିଲ୍ଲୀ, ଗୁଜରାତ, କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ରହିଛି। ମହାରାଷ୍ଟ୍ର ସର୍ବଧିକ ପ୍ରଭାବିତ ରାଜ୍ୟ ହୋଇଥିବାରୁ ମୁମ୍ବଇରେ ୫ଟି ଘରୋଇ ଲାବରେଟୋରୀକୁ ପରୀକ୍ଷା ଅନୁମତି ଦିଆଯାଇଛି। ସୂଚନାନୁଯାୟୀ, ଦିଲ୍ଲୀର ଲାଲ୍‌ ପାଥୋ ଲାବ୍‌ (ରୋହିଣୀ), ଗୁଜରାତର ଅହମ୍ମଦାବାଦସ୍ଥିତ ଉନିପତ୍‌ ସ୍ପେସିଆଲିଟି ଲାବରେଟୋରୀ, କର୍ଣ୍ଣାଟକର ବେଙ୍ଗାଲୁରୁ ବୋରିଂ ହସ୍ପିଟାଲ ରୋଡ୍‌ସ୍ଥିତ ନ୍ୟୁବର୍ଗ ଆନନ୍ଦ ରିଫରେନ୍ସ ଲାବରେଟୋରୀ, ହରିୟାଣାର ଗୁରୁଗ୍ରାମସ୍ଥିତ ଷ୍ଟ୍ରା​‌େ​‌ଣ୍ଡଡ ଲାଇଫ୍‌ ସାଇ​‌େ​‌ନ୍ସସ୍‌ ଓ ଏସ୍‌ଆରଏଲ୍‌ ଲିମିଟେଡ୍‌, ତାମିଲନାଡୁର ଜିଏମ୍‌ସି ଭେଲୋର ଅଧୀନ ଡିପାର୍ଟମେଣ୍ଟ ଅଫ୍‌ କ୍ଲିନିକାଲ ଭାଇରୋଲୋଜି ଓ ଚେନ୍ନଇ ଆପୋଲୋ ହସ୍ପିଟାଲର ଡିପାର୍ଟମେଣ୍ଟ ଅଫ୍‌ ଲାବରେଟୋରୀ ସର୍ଭିସେସ୍‌। ସେହିପରି ମହାରାଷ୍ଟ୍ରର ନାଭିମୁମ୍ବଇ ଅନ୍ତର୍ଗତ ଥୁର୍ବେସ୍ଥିତ ଥାଇରୋକେୟାର ଟେକ୍‌ନେଲୋଜିସ୍‌ ଲିମିଟେଡ୍‌ ଓ ରାବାଲେସ୍ଥିତ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍‌ ଏଣ୍ଡ ରିସର୍ଚ୍ଚ ସେଣ୍ଟର ତଥା ରିଲାଏନ୍ସ ଲାଇଫ୍‌ ସାଇନ୍ସେସ୍‌ ଲିମିଟେଡ୍‌, ଅନ୍ଧେରୀ (ପଶ୍ଚିମ)ସ୍ଥିତ ସବର୍ବାନ୍‌ ଡାଇଗ୍ନୋଷ୍ଟିକ୍‌ସ ଲିମିଟେଡ, କୋହିନୁର ମଲ୍‌ସ୍ଥିତ ମେଟ୍ରୋପଲିସ୍‌ ହେଲ୍‌ଥକେୟାର ଲିମିଟେଡ୍‌ ଏବଂ ଗୋରେଗାଓଁ ଗାଇୱାଡ଼ି ଶିଳ୍ପାଞ୍ଚଳସ୍ଥିତ ଏସ୍‌ଆରଏଲ୍‌ ଲିମିଟେଡ୍‌କୁ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories