www.samajalive.in
Monday, December 8, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ(୨୪/୦୩/୨୦୨୦)

ମେଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳ ହେବେ। ମନ ଖୁସିରେ ଦିନ ବିତାଇ ପାରନ୍ତି। ସାମାନ୍ୟ ସୁଖ ମିଳିବ। କେତେକ ଘଟଣାରେ ନିରାଶ ହୋଇପାରନ୍ତି। ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଉପରୋକ୍ତ ଫଳ ପାଇବେ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଧନ-ଦ୍ରବ୍ୟର ଅଧିକାରୀ ହେବେ। ବିବାଦରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶସ୍ୱୀ ହେବେ। ସୁଖ-ସମୃଦ୍ଧି ଆଶା କରାଯାଏ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କୃତ୍ତିକା ଓ ମୃଗଶିରା ନକ୍ଷତ୍ର ବ୍ୟକ୍ତିଙ୍କ ସାମାନ୍ୟ ଫଳ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର କର୍ତ୍ତବ୍ୟ ପାଳନରେ ନିଷ୍ଠା ରହିବ। ସନ୍ତାନ ସୁଖ ମିଳିବ। ସଦ୍‍ବ୍ୟୟୀ ହେବେ। ମାନ-ସମ୍ମାନ ବୃଦ୍ଧି ହେବ। ବିକାଶମୂଳକ କାର୍ଯ୍ୟ କରିବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ପତ୍ନୀଙ୍କ ଦ୍ୱାରା ପରିଚାଳିତ ହୋଇପାରନ୍ତି।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଲୋକ ସଂପର୍କ ବୃଦ୍ଧି ହେବ। ବିନୀତ ସ୍ୱଭାବର ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସନ୍ମାର୍ଗୀ ହେବେ। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ପାଇଁ ବିଶେଷ ଶୁଭପ୍ରଦ ନୁହେଁ।
ସିଂହ: ମଘା ଓ ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ। ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେ।
କନ୍ୟା: ହସ୍ତା ନକ୍ଷତ୍ର ଜାତବ୍ୟକ୍ତି, ପ୍ରସନ୍ନ ମୂର୍ତ୍ତି ଓ ରାଜସମ୍ମାନଯୁକ୍ତ ହେବେ। ଶଙ୍କାହୀନ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭ ଫଳ ପ୍ରାପ୍ତ ହେବେ।
ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ। ପୁତ୍ର ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ରୂପବାନ୍‍ ଓ ସୁଖୀ ହେବେ। ବିଶାଖା ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି କ୍ରୋଧୀ ହୋଇପାରନ୍ତି। ଶତ୍ରୁନାଶ କରିବେ।
ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଉପୁଜି ଥିବା ସମସ୍ୟା ଦୂର ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସମ୍ମାନିତ ବ୍ୟକ୍ତିଭାବେ ପୂଜା ପାଇବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ପରାକ୍ରମୀ ହେବେ। ବିଶାଖା ଓ ମଘା ନକ୍ଷତ୍ରର ସାମାନ୍ୟ ଫଳ।
ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଦାନୀ ହୋଇପାରନ୍ତି। ଗୁଣବାନ୍‍ ହେବେ। ଧନୀ ଓ ମାନୀ ହୋଇପାରନ୍ତି। ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟକ୍ତିଙ୍କର ସାମାନ୍ୟ ଫଳ।
ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତିଙ୍କର ମନୋବଳ ଦୃଢ଼ ରହିବ। ହର୍ଷୋଲ୍ଲାସରେ ସମୟ ଅତିବାହିତ କରିବେ। ଲେଖାଲେଖିରେ ପାରଦର୍ଶୀ ହେବେ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଚେଷ୍ଟାରେ ସଫଳତା ମିଳିବ। ବାଣିଜ୍ୟ-ବ୍ୟବସାୟ ଲାଭଜନକ ହେବ। ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ପୂର୍ବଭାଦ୍ର ପଦ ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଆଳସ୍ୟପରାୟଣ ହୋଇପାରନ୍ତି।
ମୀନ: ଉତ୍ତରା ଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ରୋଜଗାର ଆଶାନୁରୂପ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ମିଳିବେ। ପୂର୍ବଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories