www.samajalive.in
Sunday, December 7, 2025
16.1 C
Bhubaneswar

ଓମଫେଡ୍‍ ବନ୍ଦ କରିଦେଲା ଦୁଗ୍ଧ ସଂଗ୍ରହ : ଆର୍ଥିକ ସଙ୍କଟରେ ଗୋ ଚାଷୀ

ପିପିଲି : କରୋନା କଟକଣା ଯୋଗୁଁ ସମଗ୍ର ପିପିଲି ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଦୁଗ୍ଧ ବ୍ୟବସାୟ ମାନ୍ଦା ହୋଇଯାଇଛି। କରୋନା ଭୟରେ ଲୋକେ ଦୁଗ୍ଧ ବିକ୍ରି ନ ପାରିବାରୁ ପ୍ରତିଦିନ ହଜାର ହଜାର ଲିଟର ଦୁଗ୍ଧ ନଷ୍ଟ ହେବାରେ ଲାଗିଛି। ଏପରିକି ଏଭଳି ପରିସ୍ଥିତିରେ ଓମ୍‍ଫେଡ୍‍ ମଧ୍ୟ ତାର ଅନୁବନ୍ଧିତ ଚାଷୀମାନଙ୍କଠାରୁ ଦୁଗ୍ଧ କିଣିବା ବନ୍ଦ କରିଦେବାରୁ ଏହା ଚାଷୀଙ୍କୁ ଦୁଃଖକୁ ବହୁଗୁଣ ବଢାଇ ଦେବା ସହିତ ଗୋଚାଷୀଙ୍କ ଆର୍ଥିକ ସଙ୍କଟରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ଓମଫେଡ୍‍ ଅନୁବନ୍ଧିତ ଗୋଚାଷୀଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦିଆଯିବା ସହ ଦୁଗ୍ଧ ସଂଗ୍ରହ ବନ୍ଦ ନକରି ତାହାକୁ ଚାଲୁ ରଖିବାକୁ ଓଡିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ପୁରୀ ଜିଲା ସଭାପତି ଜନ୍ମେଜୟ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି।
କରୋନା କଟକଣା ଯୋଗୁଁ ସହରବଜାରଠାରୁ ଆରମ୍ଭ କରି ଗାଁଗହଳି ପର୍ଯ୍ୟନ୍ତ ଅଧିକାଂଶ ଚା’ ଦୋକାନ, ଜଳଖିଆ ଦୋକାନ, ମିଠା ଦୋକାନ ଆଦି ବନ୍ଦ ରହିଛି। ଫଳରେ ଏହାର ପ୍ରତିକୂଳ ପ୍ରଭାବ ସିଧାସଳଖ ଦୁଗ୍ଧ ବ୍ୟବସାୟ ଉପରେ ପଡିଛି। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଗୋଚାଷୀ ବିଭିନ୍ନ ସୋସାଇଟି ମାଧ୍ୟମରେ ଉତ୍ପାଦିତ ଦୁଗ୍ଧକୁ ଓମ୍‍ଫେଡ୍‍କୁ ବିକ୍ରୀ କରୁଥିବା ବେଳେ ଆଉ କେତେକ ଗୋଚାଷୀଙ୍କ ଠାରୁ ସଂଗୃହିତ ଦୁଗ୍ଧରୁ ପନିର ଓ ଛେନା ଆଦି ପ୍ରସ୍ତୁତ କରି ସେସବୁକୁ ବିକ୍ରି କରିଥାନ୍ତି। ପିପିଲି ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟହ ୧୦ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ପନିର ଓ ଛେନା କେବଳ ଭୁବନେଶ୍ୱରକୁ ଯାଇଥାଏ। ତେବେ କରୋନା କଟକଣା ଯୋଗୁଁ ଏସବୁ ଠପ୍‍ ହୋଇଯାଇଛି। ଫଳରେ ଏହାର ପ୍ରତିକୂଳ ପ୍ରଭାବ ସିଧାସଳଖ ପୁରୀଜିଲାର ୩୦ ହଜାରରୁ ଊର୍ଦ୍ଧ୍ବ ଗୋଚାଷୀଙ୍କ ଉପରେ ପଡିଛି। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଦୁଗ୍ଧ ସୋସାଇଟି ଠାରୁ ଦୁଗ୍ଧ ନେବାକୁ ଓମ୍‍ଫେଡ୍‍ ଗାଡି ଆସୁନଥିବାରୁ ଗୋଚାଷୀଙ୍କ ଠାରୁ ସୋସାଇଟି ଆଉ କ୍ଷୀର କିଣୁନାହିଁ। ଜିଲାର ୨୦ ହଜାରରୁ ଊର୍ଦ୍ଧ୍ବ ଗୋଚାଷୀଙ୍କ ଠାରୁ ଓମ୍‍ଫେଡ୍‍ ଦୈନିକ ୬୦ରୁ ୭୦ହଜାର ଲିଟର କ୍ଷୀର କିଣିିଥାଏ। ପିପିଲି ବ୍ଲକ ଅଞ୍ଚଳର ୫ଶହରୁ ଊର୍ଦ୍ଧ୍ବ ଓମ୍‍ଫେଡ୍‍ ଅନୁବନ୍ଧିତ ଚାଷୀଙ୍କ ଠାରୁ ଦୈନିକ ୫ହଜାରରୁ ଊର୍ଦ୍ଧ୍ବ ଲିଟର କ୍ଷୀର ଓମ୍‍ଫେଡ୍‍ କିଣିିଥାଏ। ତେବେ ଓମ୍‍ଫେଡ୍‍ ଦୁଗ୍ଧ କ୍ରୟ କରୁନଥିବା ଯୋଗୁଁ ଦୁଗ୍ଧ ବ୍ୟବସାୟୀ ଓ ଗୋଚାଷୀମାନେ ଏବେ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଦୁଗ୍ଧ ବିକ୍ରି ନହୋଇ ପାରିବା ଯୋଗୁଁ ଗରିବ ଗୋଚାଷୀ ଟିଏ ନିଜ ପରିବାର ପ୍ରତିପୋଷଣ କରିବାରେ କଷ୍ଟ ଅନୁଭବ କରିବା ସହ ଗାଇ ପାଇଁ ଦାନା ମଧ୍ୟ କିଣି ପାରୁନାହାଁନ୍ତି ବୋଲି ଓଡିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ପୁରୀ ଜିଲା ସଭାପତି ଜନ୍ମେଜୟ ଜେନା ସୋମବାର ଦାଣ୍ଡମୁକୁନ୍ଦପୁର ସ୍ଥିତ କ୍ଷୀର ସୋସାଇଟି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଓମ୍‍ଫେଡ୍‍ ଅନୁବନ୍ଧିତ ଗୋଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦିଆଯିବା ସହ ଓମ୍‍ଫେଡ୍‍ ପକ୍ଷରୁ ଦୁଗ୍ଧ ସଂଗ୍ରହ ବନ୍ଦ କରାନଯାଇ ତାହାକୁ ଯଥାରୀତି ଚାଲୁ ରଖିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ସେହିପରି ବନ୍ଦ ହୋଇପଡିଥିବା ଦୁଗ୍ଧ ଗୁଣ୍ଡ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ଜେନା ସରକାରଙ୍କ ଠାରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ସାଧାରଣ ସଂପାଦକ ବିଜୟ କୁମାର ବେହେରା, ଶୁଭଶ୍ରୀ ରାଉତ,ଉମାକାନ୍ତ ବାରିକ, ପ୍ରଶାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories