www.samajalive.in
Monday, December 15, 2025
27.1 C
Bhubaneswar

ଫିଫା ବିଶ୍ୱକପ ଉଦ୍‍ଘାଟନୀ ମ୍ୟାଚରେ ବ୍ୟବହାର ହେବ ମହାକାଶରୁ ଫେରିଥିବା ବଲ !

ଆସ୍ତାନା(କାଜାଖ୍‍ସ୍ତାନ) : ଚଳିତମାସ ୧୪ରୁ ରୁଷରେ ଫିଫା ବିଶ୍ୱକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ୧୪ରେ ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ ମ୍ୟାଚ ଆୟୋଜକ ରୁଷ ଓ ସାଉଦି ଆରବ ମଧ୍ୟରେ ଖେଳାଯିବ। ତେବେ ଏହି ମ୍ୟାଚର ଏକ ବିଶେଷତ୍ୱ ରହିଛି। ଏହି ମ୍ୟାଚରେ ବ୍ୟବହାର କରାଯିବାକୁ ଥିବା ବଲ୍‍ ମହାକାଶରୁ ଫେରିଛି। ସୂଚନାଯୋଗ୍ୟ ତିନିଜଣ ମହାକାଶଚାରୀ ଆଣ୍ଟନ ସ୍କାପ୍‍ଲେରଭ୍‍ (ରୁଷ), ସ୍କଟ୍‍ ଟିଙ୍ଗ୍‍ଲ (ଆମେରିକା) ଓ ନୋରିସିଗେ କାନାଇ (ଜାପାନ) ପ୍ରାୟ ପାଞ୍ଚ ମାସ ପୂର୍ବେ ସୋୟୁଜ୍‍ ଏମଏସ-୦୭ ଯାନରେ ମହାକାଶ ଯାତ୍ରା କରିଥିଲେ। ସେତେବେଳେ ସେମାନେ ନିଜ ସାଙ୍ଗରେ ଏକ ଫୁଟବଲ ନେଇଥିଲେ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‍)ରେ ୧୬୮ ଦିନ ରହିବାପରେ ଏହି ତିନି ମହାକାଶଚାରୀ ରବିବାର ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି। ବର୍ତ୍ତମାନ ଉକ୍ତ ବଲକୁ ବିଶ୍ୱକପର ଉଦ୍‍ଘାଟନୀ ମ୍ୟାଚରେ ବ୍ୟବହାର କରିବାକୁ ରୁଷ ଫୁଟବଲ ଫେଡେରେସନ ନିଷ୍ପତ୍ତି ନେଇଛି। ଏଥିପାଇଁ ଫିଫାର ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। ମହାକାଶରୁ ଫେରିଥିବାବେଳେ ଉକ୍ତ ବଲକୁ ପରୀକ୍ଷା ନିରୀକ୍ଷା କରାଯିବାପରେ ହିଁ ମ୍ୟାଚରେ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ ବୋଲି ଫିଫା ସୂତ୍ରରୁ ଜଣାପଡିଛି। ମହାକାଶରେ ଅବସ୍ଥାନ କାଳରେ ତିନି ମହାକାଶଚାରୀ ଉକ୍ତ ବଲ ବ୍ୟବହାର କରି ଫୁଟବଲ ଖେଳୁଥିବାର ଦୃଶ୍ୟ ବର୍ତ୍ତମାନ ୟୁଟ୍ୟୁବ୍‍ରେ ଭାଇରାଲ ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories