ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ସୁଚନା ଅନୁସାରେ କେରେଡ଼ି ପଞ୍ଚାୟତର କାମ୍ବାଗୁଡ଼ା,ଡେଡ଼ିଗୁଣ୍ଡା, ପଥରକନାଲି ଆଦି ଗ୍ରାମ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା କୈାଣସି ସୁତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଫୁଲବାଣୀ ଅବକାରୀ ବିଭାଗର ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୯୨ ଏକର ପରିମିତ ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ବିରଞ୍ଚି କହଁର, ସଦର ଏସଡିପିଓ ସୁପ୍ରସନ ମଲ୍ଲିକ, ସଦର ଥାନା ଅଧିକାରୀ ସମୀର ରାଉତ, ଅବକାରୀ ସବ ଇନ୍ସପେକ୍ଟର ସୁରେଶ କୁମାର ତାଣ୍ଡି ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ଏଥିରେ ଗଛ କଟାଳି, ଶ୍ରମିକ ନିୟୋଜିତ ଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ୧୬୩/୨୨ ରେ ଏକ ମାମଲା ରୁଜୁ କରା ଯାଇଥିବା ସଦର ଥାନା ଅଧିକାରୀ ସମୀର ରାଉତ ସୂଚନା ଦେଇଛନ୍ତି।
Popular Categories



