www.samajalive.in
Saturday, December 6, 2025
16.1 C
Bhubaneswar

ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସବୁଜ ବୈଦ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗୁଞ୍ଜିବାଡ଼ି ପଂଚାୟତ ବଣ୍ଡାଗୁଡ଼ା ଗ୍ରାମ ଠାରେ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳ। ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳ ବେହେରା ଯୋଗ ଦେଇ ଥିବା ବେଳେ ବ୍ଲକ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଦକ୍ଷା ଧବଳେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, କୃଷି ଅଧିକାରୀ ବିଭୁ ପଦ ଦାସ, ପ୍ରଦୀପ କୁମାର ପାଣି ଯୋଗ ଦେଇ ମାଣ୍ଡିଆ ଚାଷର ଉପକାରିତା ଏବଂ ମାଣ୍ଡିଆ ଚାଷ କରିବା ଦ୍ୱାରା ଚାଷୀ ଆତ୍ମ ନିର୍ଭରଶୀଳ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ମେଳ।ରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପିଠାପଣା ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣ୍ଡାଗୁଡ଼ା, ଜିରିଡ଼ିକିଆ, ଗାନ୍ଦିରୀଗାଁ, ଗୁଞ୍ଜିବାଡ଼ି ଗ୍ରାମର ଚାଷୀ ଉପସ୍ଥିତ ରହିଥିଲେ। ଏହି କାର୍ୟ୍ୟକ୍ରମ ପରିଚାଳନା ରେ ସବୁଜ ବୈଦ ସଂଗଠନ ସଦସ୍ୟ ସହଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories