www.samajalive.in
Saturday, December 6, 2025
16.1 C
Bhubaneswar

କନ୍ଧମାଳରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ତିନି ମନ୍ତ୍ରୀ

ଫୁଲବାଣୀ : ଶୁକ୍ରବାର ଦିନ କନ୍ଧମାଳ ଜିଲାକୁ ଦିନିକିଆ ଗସ୍ତରେ ଆସିଥିଲେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ଜଙ୍ଗଲ, ପରିବେଶ ଓ ପଂଚାୟତିରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗ୍ରାମ୍ୟ ଉନ୍ନୟନ, ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ ଓ ଆଦିବାସୀ ଓ ହରିଜନ କଲ୍ୟାଣ ତଥା ପଛୁଆବର୍ଗ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ହେଲିକେପ୍ଟର ଯୋଗେ ଭୁବେନେଶ୍ୱରରୁ ଆସି ଫିରିଙ୍ଗିଆ ନୋଡାଲ ସ୍କୁଲ ପଡ଼ିଆରେ ଠାରେ ଦିନ ୧୧ ଟା ବେଳେ ପହଂଚିଥିଲେ । ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜଙ୍ଗଲ ବିଭାଗର ନୂତନ ଭାବେ ନିର୍ମିତ ଦୁଇଟି ଦୋକାନ ଘର ଉଦଘାଟନ କରିଥିଲେ ।
ପରେ ବ୍ଲକ କାର୍ୟ୍ୟାଳୟ ପରିସରରେ ମିଶନ ଶକ୍ତି କ୍ୟାଫେକୁ ଉଦଘାଟନ କରିଥିଲେ ମନ୍ତ୍ରୀ । ଏହା ସହିତ କାଶିନିପଦର ନୂତନ ପଂଚାୟତ ଗୃହକୁ ମଧ୍ୟ ଉଦଘାଟନ କରିଥିଲେ । ସେଠାରୁ ଗୋଚ୍ଛାପଡ଼ା ଯାଇ ଚାରିଟି ବିଜୁ ସେତୁର ଶିଳାନ୍ୟାସ କରିଥିଲେ । ଏଥି ମଧ୍ୟରେ ଟେଲାପାଲି ଠାରୁ ଗଞ୍ଜୁଖୋଲ ରାସ୍ତାର ଲୋକଲ ନାଳ ଉପରେ, ଗୋଛାପଡା-ସଲାଗୁଡ଼ା ଠାରୁ ବଇପଙ୍ଗା ରାସ୍ତାର ବାଘ ନଦୀ ଉପରେ,ଗୋଛାପଡା ଠାରୁ ସଲାଗୁଡ଼ା ରାସ୍ତାର ମାଣିଜିରୁ ନାଳ ଉପରେ ଏବଂ କ୍ରାଣ୍ଡିବାଲି ଠାରୁ ପହିରାଜୁ ରାସ୍ତାର ବାଘ ନଦୀ ଉପରେ ସୁ ଉଚ୍ଚ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ।
ଏ ଅବସରରେ ମନ୍ତ୍ରୀ ଶ୍ରୀ ଅମାତ ଉଦବୋଧନ ଦେଇ କହିଥିଲେ ଗ୍ରାମାଞ୍ଚଳର ବିକାଶ ହେଲେ ହିଁ ରାଜ୍ୟର ବିକାଶ ହେବ । ତେଣୁ ମୁଖ୍ୟମନ୍ତ୍ରୀ ଦୁର୍ଗମ ଅଞ୍ଚଳ ମାନଙ୍କର ଉନ୍ନତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ଏ ସବୁ ଅଞ୍ଚଳରେ ଗମନାଗମନର ବିକାଶ ଦିଗରେ ବିଜୁ ସେତୁ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ମନ୍ତ୍ରୀ। କାର୍ୟ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରଦନ ମଲିକ,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଂଜନ ମହନ୍ତ,ବ୍ଲକ ଅଧକ୍ଷା ନମିତା କହଁର, ଜିଲା ପରିଷଦ ସଭ୍ୟ ନିଳଗିରି ଦିଗାଲ,ଜୟଶ୍ରୀ କହଁର ଓ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ସଲାଗୁଡା ସରପଞ୍ଚ ରୋହିତ କହଁର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ବ୍ଲକ ଅଧକ୍ଷ ଲାଲନନ୍ଦ ପ୍ରଧାନ,ବିଜେଡ଼ି ବ୍ଲକ ସଭାପତି ରଜନି କାନ୍ତ ମଲିକ ପ୍ରମୁଖ ମଧ୍ୟ ମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶାନ୍ତନୁ କୁମାର ସ୍ୱାଇଁ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦର ଏସଡ଼ିପିଓ ସୁପ୍ରସନ୍ନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । କନ୍ଧମାଳ ଜିଲ୍ଲା ଗସ୍ତ ସାରି ବୌଦ୍ଧ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ମନ୍ତ୍ରୀ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories