www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ

ଫୁଲବାଣୀ : ସ୍ଥାନୀୟ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ ୨୦୨୩  ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡ଼େମି ଓ ଜିଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଉଦଘାଟନି ଉତ୍ସବରେ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଆଶିଷ୍ ଇଶ୍ୱର ପାଟିଲ୍ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ପ୍ରବୋଧ ରଥ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ମହୋତ୍ସବ ଉପରେ ଆଲୋକପାତ କରିଥିଲେ। ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ଉପରେ ଆଧାରିତ ଏହି ମହୋତ୍ସବର ପ୍ରଥମ ଦିନରେ ବାଲିଗୁଡ଼ାର ଡ଼ାକୁଲ୍ ନୃତ୍ୟ , ମୟୁରଭଞ୍ଜର ସାନ୍ତାଳି ନୃତ୍ୟ , ଗଜପତି ଜିଲାର ଲାଞ୍ଜିଆ ସୌରାଜ ନୃତ୍ୟ , ବରଗଡ଼ର ଆଦି ଧୁନ୍ , ସୁନ୍ଦରଗଡ଼ର କିସାନ ନୃତ୍ୟ , କୋରାପୁଟ ଜିଲାର ପରଜା ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବାର ଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନ ଜିଲାର ଆଦିବାସୀ ଲୋକନୃତ୍ୟ ଓ ସଙ୍ଗୀତର କଳାକାର ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ଶ୍ରୀ ରଥ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଦେଖି ଦର୍ଶକ ମାନେ ବିଭୋର ହୋଇଥିଲେ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories