ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତ ତେଲି ମୁଣ୍ଡା ପୋଲ ବାଘ ନଦୀରୁ ଜଣେ ୫୫ ବର୍ଷୀୟା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ତେଲି ମୁଣ୍ଡା ସାହିର ସଙ୍କୀର୍ତ୍ତ କହଁର (ବୟସ ୫୫ ) ଦିନ ୨ ରୁ ୩ ଟା ସମୟରେ ଗାଧେଇବା ପାଇଁ ନିକଟରେ ଥିବା ବାଘ ନଦୀକୁ ଯାଇ ଘରକୁ ଫେରି ନଥିଲେ।  ଘର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିବା ବେଳେ ଗତ କାଲି ୪ ଟା ପରେ ସେହି ଅଞ୍ଚଳର କିଛି ଲୋକେ ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଚିହ୍ନିବା ପରେ ପରିବାରକୁ ଖବର ଦେବା ପରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଫିରିଙ୍ଗିଆ ଦମକଳ ବାହିନୀକୁ ଜଣାଇବା ସହ ଫିରିଙ୍ଗିଆ ଥାନାରେ ଜଣାଇଥିଲେ । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଫିରିଙ୍ଗିଆ ଥାନାରେ ୦୪/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଫୁଲବାଣୀକୁ ସ୍ଥାନାନ୍ତର କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

 

Comments are closed.