www.samajalive.in
Saturday, December 6, 2025
14.1 C
Bhubaneswar

ସମଗ୍ର ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଗସ୍ତରେ ଆସିଥିବା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲା ସମଗ୍ର ଶିକ୍ଷା ସଂଘର କର୍ମକର୍ତ୍ତା ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ , ନିକଟରେ ରାଜ୍ୟ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ଥିବା ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ପ୍ରତି କୌଣସି ପ୍ରକାର ଦୃଷ୍ଟି ଦିଆଯାଇ ନାହିଁ। ଦୀର୍ଘ ବର୍ଷ ଧରି ଏହି କର୍ମଚାରୀ ମାନେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ।
ଏନେଇ କର୍ମଚାରୀ ମାନେ ବାରମ୍ବାର ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ସରକାର ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନନେବା ଯୋଗୁଁ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୨୦୧୯ ମସିହାରେ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିଥିଲେ ଓ ସଂଘର ଦାବିପତ୍ର ଉପରେ ସଠିକ୍ ପଦକ୍ଷେପ ନିଆଯିବ କହି ସରକାର ଆଶ୍ୱାସନା ଦେବା ପରେ ସଂଘ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସରକାରୀ ସ୍ତରରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ପରବର୍ତ୍ତି ସମୟରେ ଦାବି ପୁରଣ କରିବା ପରିବର୍ତ୍ତେ କର୍ମଚାରୀ ମାନେ ପାଉଥିବା ଦରମାକୁ ୨୦୧୯ ମସିହା ଠାରୁ ଫ୍ରିଜ୍ କରି ଦିଆଯାଇଛି। ଫଳରେ ବର୍ଦ୍ଧିତ ଦରମା ପାଇବା ପରିବର୍ତ୍ତେ ଆଜି ପର୍ଯ୍ୟନ୍ତ ପାଉଥିବା ଦରମା ସଠିକ୍ ଭାବେ ପାଇବାରେ ମଧ୍ୟ ସକ୍ଷମ ହେଉନାହାନ୍ତି। ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ କାର୍ଯ୍ୟରେ କୌଣସି ଅବହେଳା ନକରି ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ସଠିକ୍ ଭାବେ କରି ଆସୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ପ୍ରକର ମହଙ୍ଗାଭତ୍ତା ମଧ୍ୟ ପାଉନାହାନ୍ତି। ଏଭଳି ବିଭିନ୍ନ ଦାବିନେଇ ଶିକ୍ଷାମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। କର୍ମଚାରୀ ସଂଘର ଦିପ୍ତୀ ରଂଜନ ଶୁକ୍ଳା , ଶୁରେଶ ଚନ୍ଦ୍ର ପ୍ରଧାନ , ସମର ରଂଜନ ବେହେରା , ନିରଞ୍ଜନ ନାୟକ , ହରି ପ୍ରସାଦ ମହାନ୍ତି , ଶେଖର ବେହେରା , ବାସୁଦେବ ଜେନା , ଗାଜେନ୍ଦ୍ର କହଁର , ପ୍ରଶାନ୍ତ ପୃଷ୍ଟି ଓ ଅନ୍ୟମାନେ ସାମିଲ୍ ହୋଇଥିଲେ। ମନ୍ତ୍ରୀ ଦାବିପତ୍ର ଗ୍ରହଣ ପରେ ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories