www.samajalive.in
Saturday, December 6, 2025
14.1 C
Bhubaneswar

କାର ସହ ବିଦେଶୀ ମଦ ଜବତ ; ୨ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ପୁଲିସ ପାଟ୍ରୋଲିଂ ସମୟରେ ଫିରିଙ୍ଗିଆ ଥାନା ଘାଟି ସାହି ଛକ ନିକଟ ରାସ୍ତାରେ କାର ସହ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଗୋଚ୍ଛା ପଡ଼ା ରାସ୍ତା ଘାଟି ସାହି ଛକ ରାସ୍ତାରେ ଫିରିଙ୍ଗିଆ ରୁ ଗୋଚ୍ଛା ପଡ଼ା ଅଞ୍ଚଳକୁ ଯାଉଥିବା ଏକ କାରକୁ ଅଟକାଇବା ପରେ ସେଥିରେ ବିଦେଶୀ ମଦ ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଘଟଣା ସ୍ଥଳରୁ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ବିଦେଶୀ ମଦ ଚାଲାଣ ଅଭିଯୋଗରେ ଗଛା ପଡ଼ା ଥାନା ଅଞ୍ଚଳର ସ୍ଵାଧୀନ ସାହୁ ଏବଂ ଚେମ୍ବୃ ବେହେରାକୁ ଗିରଫ କରିଥିବା ବେଳେ ଫିରିଙ୍ଗିଆ ଥାନରେ ବିଦେଶୀ ମଦ ଚାଲାଣ ସଂକ୍ରାନ୍ତରେ ୨୪/୨୩ ରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ପୁଲିସ। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories