www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟସ୍ତରୀୟ ପାର୍କ ନିର୍ମାଣ ପାଇଁ ଦାବି

ଫୁଲବାଣୀ : କନ୍ଧମାଳ ସଦରମହକୁମା ଫୁଲବାଣୀ ସ୍ଥିତ ସ।ରତାଗୁଡ଼ା ନିକଟ ପିଲାସ। ଲୁଙ୍କୀ ନଦୀ କୂଳରେ ଏକ ଜାତୀୟସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ଆଜି ପରିଷଦର ସଭାପତି ଦିଲୀପ କୁମାର ସାହାଣୀଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ଏଠାରେ ଏକ ବୃହତ୍ ପାର୍କ ସହିତ ପ୍ର।ତଭ୍ରମଣ ବ୍ୟବସ୍ଥା, ନଦୀରେ ଚେକଡ୍ୟାମ୍‌  ନିର୍ମାଣ କରାଯାଇ ବୋଟିଂ ବ୍ୟବସ୍ଥା, ରୋପ ୱେ ନିର୍ମାଣ ଓ ଯୋଗ କରିବାକୁ ବ୍ୟବସ୍ଥା କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି ।
କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଏଠାରେ ପ୍ରାକୃତିକ ସୌନ୍ଦଯ୍ୟ ସ୍ଥଳୀ , ଝରଣା, ଜଳପ୍ରପାତ ,ପାହାଡ ପର୍ବତ ଓ ଜୀବଜନ୍ତୁ ସବୁ ଉପଲବ୍ଧ। ପର୍ଯ୍ୟଟକ ମାନେ ଜିଲ୍ଲାକୁ ଆସିଲେ ଭଲ ଫୁଲ ବଗିଚାଟିଏ ଖୋଜୁଛନ୍ତି। ଏଣୁ ବୃହତ୍ ଗୋଲାପ ଫୁଲ ବଗିଚାଟିଏ ପ୍ରସ୍ତୁତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହି ପ୍ରତିନିଧି ଦଳରେ ପରିଷଦର ଉପସଭାପତି ଦ୍ବୟ ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ ,କନ୍ଧମାଳ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ କ।ର୍ତିକେଶ୍ୱର୍ ନାୟକ,ସହସମ୍ପାଦକ, ଭଗୀରମ୍ ଦିଗାଲ, ନରସିଂହ ବେହେରା, ଦିଲ୍ଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories