www.samajalive.in
Saturday, December 6, 2025
23.1 C
Bhubaneswar

ଗଞ୍ଜେଇ କାରବାର; ୪୪ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ ଓ ଗଞ୍ଜେଇ ଚାଷ କମିବାର ନାଁ ଧରୁନାହିଁ। ଦିନକୁ ଦିନ ଏହା କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବା ଯୋଗୁଁ ଏହା ଉଭୟ ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କନ୍ଧମାଳ ପୁଲିସ୍ ପକ୍ଷରୁ ମିଳିଥିବା ଏକ ସୂଚନା ପ୍ରକାରେ, ୨୦୨୪ ମସିହା ଜାନୁୟାରୀ ମାସ ଠାରୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜିଲାର ଗଞ୍ଜେଇ ମାମଲାର ୧୫୪ଟି ମାମଲା ରୁଜୁ ହୋଇଛି। ସେଥି ମଧ୍ୟରୁ ୯୭ଟି ମାମଲା ଗଞ୍ଜେଇ କଟା ହୋଇଥିବା ବେଳେ ୫୭ଟି ମାମଲା ଚୋରା ଗଂଜେଇ ଚାଲାଣ ମାମଲା ବୋଲି କୁହାଯାଇଛି।
ତେବେ ସମଗ୍ର ଜିଲାରେ ୯୭ଟି ଗଞ୍ଜେଇ କଟା ମାମଲାରେ ୨୫୯୪ ଏକର ଜମିରୁ ଗଞ୍ଜେଇ କଟାଯାଇ ନଷ୍ଟ କରାଯାଇଥିବା ବେଳେ ୫୭ଟି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୮୨୮୮ କେଜି ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦିଆଯାଇଛି। ଏହି ୫୭ଟି ମାମଲାରେ ୪୪ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣ ପୁରୁଷ ଓ ୯ ଜଣ ମହିଳା ବୋଲି ସୂଚନା ଦିଆଯାଇଥିବା ବେଳେ ଏହି ଚୋରା ଗଞ୍ଜେଇ ଚାଲାଣ ମାମଲାରେ  ୭୫ ଦିନ ମଧ୍ୟରେ ୧୧ଟି ଦୁଇ ଚକିଆ ଯାନ ସହିତ ୩ଟି ତିନି ଚକିଆ ଯାନ ଓ ୯ଟି ୪ ଚକିଆ ଯାନ ଜବତ କରାଯାଇଥିବା କନ୍ଧମାଳ ଏସ୍.ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।
ତେବେ ଜିଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବନ୍ଦ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ଦିନକୁ ଦିନ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବାର ଏସ୍.ପି ପ୍ରକାଶ କରିଥିବା ବେଳେ ଏଥିରେ ସବୁ ସ୍ତରରେ ସହଯୋଗ ରହିଲେ ଜିଲାରୁ ସଂପୂର୍ଣ୍ଣଭାବେ ଚୋରା ଗଞ୍ଜେଇ ଚାଲାଣ ଓ ଚାଷ ବନ୍ଦ ହୋଇ ପାରିବ ବୋଲି ଏସ୍.ପି ମତ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲାର ଫିରିଙ୍ଗିଆ ,ଗୋଛାପଡ଼ା ,ସଦରଥାନା ,ଖଜୁରିପଡ଼ା, ବାଲିଗୁଡ଼ା, କ.ନୂଆଗାଁ ଭଳି ପ୍ରାୟ ସମସ୍ତ ଥାନା ଅଞ୍ଚଳରେ ଚୋରା ଗଞ୍ଜେଇ ଚାଲାଣ ସହିତ ଚୋରା ଗଞ୍ଜେଇ ଚାଷ କରାଯାଉଛି। ଦୀର୍ଘ ବର୍ଷ ଧରି ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲେ ମଧ୍ୟ ଦିନକୁ ଦିନ ଚୋରା ଚାଲାଣ କମିବା ପରିବର୍ତ୍ତେ ବୃଦ୍ଧି ପାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories