www.samajalive.in
Saturday, December 6, 2025
26.1 C
Bhubaneswar

ମୌଳିକ ସୁବିଧା ଅପହଞ୍ଚ; ଭୋଟ ବର୍ଜନ କରିବେ ଗ୍ରାମବାସୀ

ଫୁଲବାଣୀ: ଗଣତାନ୍ତ୍ରିକ ସରକାର ବିଭିନ୍ନ ଯୋଜନାରେ ତୃଣମୂଳ ସ୍ତରରେ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହିତ ଖୁସିର ବାର୍ତ୍ତା ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଓ ପ୍ରକଳ୍ପମାନ ତିଆରି କରି ଜନସାଧାରଣଙ୍କୁ ସମସ୍ତ ସୁବିଧା ପହଞ୍ଚାଇବାରେ ପ୍ରୟାସ କରୁଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ସ୍ବାଧୀନତାର ୭୬ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଅନେକ ଗାଁ ରହିଛି ଯେଉଁଠାରେ ସରକାରଙ୍କ ଯୋଜନା ପହଞ୍ଚିପାରିନି। ଯେଉଁଠାରେ ନା ଜଳ ଯୋଗାଣର ବ୍ୟବସ୍ଥା ଅଛି ନା ବିଦ୍ୟୁତ ସଂଯୋଗ ହୋଇପାରିଛି। ଅନ୍ଧକାରମୟ ଜୀବନ କାଳାତିପାତ କରୁଥିବାବେଳେ ଚୁଆଁ ପାଣିରେ ଶୋଷ ମେଣ୍ଟୁଛି। ଏପରି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର ଗୁମାମହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡୁନବାଡି ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ। ଏହି ଗ୍ରାମରେ ୨୦୦ ପରିବାର ପାଇଁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା ସହିତ ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ । ଏହି ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଅନେକ ଥର ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା କରିବା ସହିତ ବାରମ୍ବାର ପ୍ରଶାସନକୁ ଲିଖିତଭାବେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିବାରୁ ପଡୁନବାଡ଼ି ଗ୍ରାମବାସୀ ବୈଠକ କରି ପୁନର୍ବାର ପ୍ରଶାସନ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଲିଖିତ ଅଭିଯୋଗ ପ୍ରେରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories