www.samajalive.in
Sunday, December 7, 2025
15.1 C
Bhubaneswar

ଦୃଷ୍ଟିବାଧିତଙ୍କ ପାଇଁ ଖୁସି ଖବର: ସ୍ମାର୍ଟ ସେନ୍ସର୍ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସ୍ ତିଆରି କଲେ ଯୁବ ଇଞ୍ଜିନିୟର ଆଶିଷ

ରେଙ୍ଗାଲି: ଦୃଷ୍ଟିବାଧିତ ଲୋକେ ଦୈନନ୍ଦିନ ଜୀବନ ଯାପନ ତଥା ଦିନଚର୍ଯ୍ୟାରେ ଅନ୍ୟ ଉପରେ ନିର୍ଭର ହୋଇ ବିଷମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଦୃଷ୍ଟିବାଧିତଙ୍କ ଏହି ସମସ୍ୟାର ସମାଧାନ ପାଇଁ ହିଣ୍ଡାଲକୋ କମ୍ପାନୀରେ ଇଞ୍ଜିନିୟର ଥିବା ସମ୍ବଲପୁର ଜିଲା ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଯୁବ ଇଞ୍ଜିନିୟର ଆଶିଷ ମାହାଣା ସେନ୍ସର୍ ଷ୍ଟିକ୍ ଏବଂ ମଲ୍ଟି ସେନ୍ସର୍ ହ୍ୟାଣ୍ଡି ଡିଭାଇସ୍ ତିଆରି କରିଛନ୍ତି। ଦୃଷ୍ଟିବାଧିତଙ୍କ ପାଇଁ ଏହା ଖୁସି ଖବର ଏବଂ ବରଦାନ ସଦୃଶ ହେବ ବୋଲି ଇଂ ମାହାଣା ଆଶାବ୍ୟକ୍ତ କରିଛନ୍ତି।

ସ୍ମାର୍ଟ ଷ୍ଟିକ୍ ରାଡାର୍ ସେନ୍ସର୍ ଏବଂ ଜିପିଆରଏସ୍ ଯୁକ୍ତ। ଦୃଷ୍ଟିବାଧିତ ବ୍ୟକ୍ତି ଚଳପ୍ରଚଳ ସମୟରେ କୌଣସି ପ୍ରକାର ବାଧା ବିଘ୍ନ ଥିଲେ ୫ଫୁଟ ଦୂରତା ଆଗରୁ ମ୍ୟୁଜିକ କିମ୍ବା ଭାଇବ୍ରେସନ୍ ଜରିଆରେ ଆଲାର୍ମ୍ ଦେଇ ସତର୍କ ସୂଚନା ଦେବାର ବ୍ୟବସ୍ଥା ରହିଛି। ଷ୍ଟିକ୍‌ରେ ଜିପିଆରଏସ୍ ଲାଗି ଥିବାରୁ ଦୃଷ୍ଟିବାଧିତ ବ୍ୟକ୍ତି ବାଟବଣା କି ନିଖୋଜ ହୋଇଗଲେ ତାଙ୍କୁ ଠାବ କରିବାରେ ସହଜ ହେବ। ଷ୍ଟିକ୍ ଅଲଟ୍ରା ସେନ୍ସର୍ ଯୁକ୍ତ। ୩ହଜାର ଟଙ୍କାରେ ଏହା ଉପଲବ୍ଧ ହୋଇପାରିବ। ଏହାବ୍ୟତୀତ ଇଂ ମାହାଣା ତିଆରି କରିଥିବା ମଲ୍ଟି ସେନ୍ସର୍ ହେଣ୍ଡି ଡିଭାଇସ୍ ରେ ୫ଟି ସେନ୍ସର୍ ରହିଛି। ନିଆଁ, ବିଦ୍ୟୁତ୍, ସମ୍ପର୍କରେ ସତର୍କ ସୂଚନା ପାଇଁ ଆଲର୍ଟ ରହିବାକୁ ସତର୍କ ସୂଚନା ଦେବା ସହିତ ଧାତୁ ଚିହ୍ନଟ କରିବା ଓ ମାଟିର ଆଦ୍ରତା ଜାଣିବା ଏବଂ କୌଣସି ବାଧା ସଂକ୍ରାନ୍ତରେ ଆଗୁଆ ସତର୍କ କରିବାର କାରିଗରି କୌଶଳ ନିହିତ ହୋଇଥିବାରୁ ଦୃଷ୍ଟିବାଧିତଙ୍କ ଦୈନନ୍ଦିନ ଜୀବନ ଯାପନରେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଆତ୍ମ ନିର୍ଭରଶୀଳ ହେବାରେ ଏହା ସହାୟକ ହୋଇପାରିବ । ଷ୍ଟିକ୍ ରେ ଏବଂ ମଲ୍ଟି ସେନ୍ସର୍ ଡିଭାଇସରେ ଚାର୍ଜେବୁଲ୍ ବ୍ୟାଟେରୀ ଲାଗିଛି।

- Advertisement -

ଇଂ ମାହାଣା ତିଆରି କରିଥିବା ସ୍ମାର୍ଟ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସକୁ ରବିବାର ରାଜଗାଙ୍ଗପୁରଠାରେ ଡଃ ନିଳାଞ୍ଚଳ ସାହୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସଡିପିଓ ଲୋକାର୍ପିତ କରିଥିଲେ। ଇଂ ମାହାଣା କୋଭିଡ୍ ସମୟରେ ତିଆରି କରିଥିବା ରୋବଟିକ୍ ନର୍ସ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ତା’ପୂର୍ବରୁ ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍, ସ୍ମାର୍ଟ ହେଲମେଟ୍, ସ୍ମାର୍ଟ ଗମଲା, ଭିକ୍ଟିମ୍ ଲୋକେସନ୍ ଡିଟେକ୍ସନ୍ କ୍ୟାମେରା ଭଲି ତିଆରି ଚର୍ଚ୍ଚାରେ ରହିଆସିଛନ୍ତି। ଜନହିତ ପାଇଁ ଇଂ ମାହାଣା ତାଙ୍କର ଗବେଷଣା ଜାରି ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories