ଓୟୁଜେ କନ୍ଧମାଳ ଜିଲା ଶାଖା ପକ୍ଷରୁ ପ୍ରତିବାଦ ଦିବସ ପାଳନ ଓ କଳାବ୍ୟାଜ୍‌ ପରିଧାନ

ଫୁଲବାଣୀ : ଓଡିଶା ସାମ୍ବାଦିକ ୟୁନିଅନ୍ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସମେତ ଜିଲ୍ଲାର ଫିରିଙ୍ଗିଆ, ଖଜୁରୀପଡ଼ା ତୁମୁଡିବନ୍ଧ ଓ ବାଲିଗୁଡା ଆଦି ବ୍ଲକରେ, (ଓୟୁଜେ)  ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ (କେୟୁଜେ)  ପକ୍ଷରୁ ସଭାପତି ଅଶୋକ କୁମାର ମହାନ୍ତି ଓ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ବରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ସାମ୍ବାଦିକ ମାନଙ୍କୁ ପେନସନ୍ ପ୍ରଦାନ କରାଯିବା ସହ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଆଦି ମୁଖ୍ୟ ଦାବିରେ ଆଜିର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।
ଏହି ସାମ୍ବାଦିକ ମାନେ କଳାବ୍ୟାଜ୍‌ ପରିଧାନ ପୂର୍ବକ ଶୃଙ୍ଖଳା ସହ ଫୁଲବାଣୀ କୋର୍ଟ ଛକରୁ ବାହାରି ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଅବସର ପରେ ପେନସନ୍ ପ୍ରଦାନ କରାଯିବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଦାବି ନେଇ ରାଲିରେ ବାହାରି ଗୋପ ବନ୍ଧୁ ଛକ ଠାରେ ପ୍ରତିବାଦ କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ଏହି ଅବସରରେ କନ୍ଧମାଳ ସାମ୍ବାଦିକ ୟୁନିଅନ୍ (କେୟୁଜେ)ର  ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉତ୍ତମ ଖମାରି, ସୁବ୍ରତ ମହାନ୍ତି, ଗୌର ବେହେରା, ହୁରୁଞ୍ଜନ ସେଠି, ବିରେନ୍ଦ୍ର କୁମାର ସୁବୁଦ୍ଧି, ମନୋଜ କୁମାର ସାହୁ, ଅନନ୍ତ ଦିଗାଲ,ସୁଧିର ମହାରଣା, କ୍ଷୀତୀଷ ମଲ୍ଲିକ, ବଳଦେବ ବେହେରା, ଶିବ ବିଶ୍ୱାଳ, ଗୋଲକ ବିହାରୀ କହଁର,ସଞ୍ଜୟ କୁମାର ସାହୁ, ଭ୍ରମର ବର ନାୟକ, ସୁଶାନ୍ତ ଦିଗାଲ, ଅମ୍ବୁଜ ବେହେରା, ଶରତ ମିଶ୍ର,ମନୋଜ ଗୌଡ଼, ବିଦୁର ବେହେରା, ଶରତ ବେହେରାଙ୍କ ଭଳି ବହୁ ସାମ୍ବାଦିକ  ଯୋଗ ଦେଇଥିଲେ । ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ତୁମୁଡିବନ୍ଧ ଓ ଖଜୁରୀପଡା ଭଳି ବିଭିନ୍ନ ବ୍ଲକରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।

Comments are closed.