www.samajalive.in
Thursday, November 13, 2025
25.1 C
Bhubaneswar

ଘରୋଇ ମେଡିକାଲରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା

ସମାଜଲାଇଭ ଡେସ୍କ: ଭୁବନେଶ୍ଵରର ଏ ଘରୋଇ ମେଡିକାଲରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ମେଡିକାଲର ଲ୍ୟାବ ଟେକ୍ନିସିଆନ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏ ନେଇ ସେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଶେଷର ମହିଳା ଜଣକ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଉକ୍ତ ଘରୋଇ ମେଡିକାଲଟି ମୈତ୍ରୀବିହାର ଥାନା ଅଞ୍ଚଳର। ପୀଡ଼ିତା ସେଠାରେ ଚାକିରି କରୁଥିଲେ। ଡାକ୍ତରଖାନାରେ କିଛି ଅନିୟମିତତା ହେଉଥିବା ନେଇ ସେ ଜାଣିବା ପରେ ଲ୍ୟାବ ଟେକ୍ନିସିଆନଙ୍କୁ ସେ ବିଷୟରେ ଜଣାଇଥିଲେ। ହେଲେ ଲ୍ୟାବ ଟେକ୍ନିସିଆନ ଏହା ଜାଣିବା ପରେ ଉକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିଲେ। ଏପରି କି ଏ ନେଇ ଥାନାକୁ ଗଲେ ଉଲଗ୍ନ କରି ଭିଡିଓ ଭାଇରାଲ କରିଦେବେ ବୋଲି ଲ୍ୟାବ ଟେକ୍ନିସିଆନ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଲ୍ୟାବ ଟେକ୍ନିସିଆନଙ୍କ ବିରୋଧରେ ସେ ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କର୍ତ୍ତୃପକ୍ଷ ଅଭିଯୁକ୍ତକୁ ସୁରକ୍ଷା ଦେଇଥିଲେ ଏବଂ ପୀଡ଼ିତାଙ୍କୁ ଚାକିରିରୁ ବାହାର କରି ମାନସିକ ନିର୍ଯାତନା ଦେଇଥିଲେ। ଯାହାଫଳରେ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories