ଗୁରୁଡିଝାଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ମେଧାବୀଙ୍କୁ ସମ୍ବର୍ଦ୍ଧନା

ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନର ଗୌରବ। ସେମାନଙ୍କ ସଫଳତାରେ ସ୍ୱତନ୍ତ୍ର ସ୍ଥାନିତ ହୁଏ ବିଦ୍ୟାଳୟ । ପ୍ରତିକୂଳ ପରିବେଶ ଭିତରେ ହାରି ନଯାଇ ଆଗକୁ ବଢିବା ସହ ସମାଜରେ ଭଲ ଓ ବଡ ମଣିଷ ହେବା ନିମନ୍ତେ ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ବିଦାୟୀ ପ୍ରଧାନଶିକ୍ଷକ ମିହିର କୁମାର ପରିଡା ଉପରୋକ୍ତ ମତପ୍ରକାଶ କରିବା ସହ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚତର ଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ। ସର୍ବଭାରତୀୟ ଶିକ୍ଷକ ନେତା ପ୍ରତାପ କିଶୋର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାବିତ୍ ବିମ୍ବାଧର ନାୟକ ମୁଖ୍ୟ ଅତିଥି, ଖାନନଗର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗି ମୁଖ୍ୟବକ୍ତା,ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ରେଳବାଇ ସେଟେଲମେଣ୍ଟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗି, ପ୍ରଧାନଶିକ୍ଷକ ଅନନ୍ତ ଚରଣ ତ୍ରିପାଠୀ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ, ରାଣୀହାଣ ହାଇସ୍କୁଲ ଶିକ୍ଷକ ଦେବରଞ୍ଜନ ତ୍ରିପାଠୀ, ପାର୍ଥସାରଥି ମଲ୍ଲିକ, ହିରଣମୟୀ ସାମଲ, ପ୍ରମିଳାବାଳା ନାୟକ, ରମାକାନ୍ତ ନାୟକ, ସିଆରସିସି ସମରେନ୍ଦ୍ର ବିଶ୍ୱାଳ, ପ୍ରଦୀପ କୁମାର ନାୟକ ପମୁଖ ଅତିଥି ଭାବରେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପରିଡାଙ୍କ ଛାତ୍ର ବତ୍ସଳତା, ଶିକ୍ଷାପ୍ରତି ଅନୁରାଗ, ସମୟାନୁବର୍ତ୍ତିତା, ପରିବେଶ ପ୍ରୀତି ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ବୋଲି କହିଥିଲେ।

prayash

ଚଳିତ ମାଟ୍ରିକ ପରୀକ୍ଷାରେ ଏ-ୱାନ ଗ୍ରେଡରେ ଉତୀନ୍ନ ହୋଇଥିବା ଅନନ୍ୟା ମିଶ୍ର ଓ ସ୍ନେହସ୍ମୀତା ମହାରଣାଙ୍କୁ ଉତ୍ତରୀୟ,ମାନପତ୍ର ଓ ଟ୍ରଫି ଦିଆଯାଇ ସମ୍ମାନୀତ କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଇତିଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସାଗରିକା ନାଥ, ଭକ୍ତିଲତା ବେହେରା, ଶାନ୍ତିପ୍ରଭା ଶତପଥି, ସ୍ୱର୍ଣ୍ଣଲତା ବଳିୟାରସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପରିଡାଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆ​ଯାଇଥିଲା। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ରହି ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

kalyan agarbati

Comments are closed.