www.samajalive.in
Monday, December 15, 2025
26.1 C
Bhubaneswar

ଫେଡରଲ ରିଜର୍ବର ବୈଠକ ଉପରେ ଭାରତୀୟ ନିବେଶକଙ୍କ ନଜର

ନୂଆଦିଲ୍ଲୀ: ଆଜି ବସିବ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍‍ ଫେଡରଲ ରିଜର୍ବର ବୈଠକ । ଏହି ବୈଠକ ଉପରେ ଭାରତୀୟ ନିବେଶକଙ୍କ ନଜର ରହିଛି । ଷ୍ଟକ ମାର୍କେଟରେ କ୍ଷତି ଯୋଗୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆମେରିକାର ଫେଡ ରିଜର୍ଭ ସୁଧ ହାର ବୃଦ୍ଧି କରିପାରେ । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ, ବଣ୍ଡର କ୍ରୟକୁ ବନ୍ଦ କରାଯାଇପାରେ । ଯଦି ଆମେରିକା ବଣ୍ଡ ନକିଣିବାକୁ ନିଷ୍ପତ୍ତି ନିଏ, ତେବେ ଏହା ଷ୍ଟକ ମାର୍କେଟ ଉପରେ ବଡ଼ ପ୍ରଭାବ ପଡ଼ିବ । ୨୦୧୮ରେ ବଣ୍ଡ କ୍ରୟ ବନ୍ଦ ନିଷ୍ପତ୍ତି ଯୋଗୁ ଷ୍ଟକ ମାର୍କେଟ ୨୦% ହ୍ରାସ ଘଟିଥିଲା । ବର୍ତ୍ତମାନ ଆମେରିକାର ଷ୍ଟକ୍ ମାର୍କେଟର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ । ଭାରତୀୟ ନିବେଶକଙ୍କୁ ମଧ୍ୟ ଏହି କ୍ଷତି ସହିବାକୁ ପଡ଼ିପାରେ ।

ମନେକରାଯାଉଛି ମାର୍ଚ୍ଚ ସୁଦ୍ଧା ଫେଡ ରିଜର୍ଭ ସୁଧ ହାରକୁ ୦.୨୫ ପ୍ରତିଶତରୁ ୦.୫୦ ପ୍ରତିଶତକୁ ବୃଦ୍ଧି କରିପାରେ । ଯାହା ଦ୍ୱାରା ହୋମ୍‍ ଲୋନ, ଅଟୋ ଲୋନ୍‍, କ୍ରେଡିଟ କାର୍ଡ ସହ କର୍ପୋରେଟ୍‍ ଲୋନ ମହଙ୍ଗା ହେବ । ଆମେରିକା ବୃହତ୍ତମ ଅର୍ଥନୀତି ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ଭାରତ ଉପରେ ପଡ଼ିବ । ଏହି ସବୁକୁ ନଜରରେ ରଖି ନିବେଶକ ମାନେ ଆମେରିକାର ଷ୍ଟକ ମାର୍କେଟରେ ସତର୍କତା ଅବଲମ୍ବନ କରୁଛନ୍ତି । ଏହା ବ୍ୟତୀତ ଏସ ଆଣ୍ଡ ପି ମଙ୍ଗଳବାର ଦିନ ୧.୨ ପ୍ରତିଶତ ହ୍ରାସ ପାଇଛି । ଏହାକୁ ନେଇ ଅର୍ଥନୀତିଜ୍ଞ ମାନେ ମଧ୍ୟ ମତ ରଖିଛନ୍ତି । ଜେପି ମୋର୍ଗାନର ବିଶ୍ୱ ଅର୍ଥନୀତିଜ୍ଞ ମାଇକେଲ ହାନସନ କହିଛନ୍ତି ଯେ ଯଦି ଫେଡ ବଣ୍ଡ ହୋଲଡିଂ ହ୍ରାସ କରିବାକୁ ନିଷ୍ପତ୍ତି ନିଏ, ତେବେ ପ୍ରତି ମାସରେ ପ୍ରାୟ ୧୦୦ ବିଲିୟନ ଡଲାରର ବଣ୍ଡ ବାଲାନ୍ସ ସିଟରୁ ବାହାରିବ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories