www.samajalive.in
Saturday, December 6, 2025
16.1 C
Bhubaneswar

ଆଚାର୍ୟ୍ୟ ହରିହର ଶିଶୁ ଭବନରେ ସାଧାରଣତନ୍ତ୍ର ଦିବସ

ସୁଆଣ୍ଡୋ  :  ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଆଚାର୍ୟ୍ୟ ହରିହର ଶିଶୁ ଭବନ ପରିସରରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଦିବସର ତାତ୍ପର୍ୟ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଶିଶୁ ଭବନ ଅନ୍ତେବାସୀ ଛାତ୍ର ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ, ଉପଦେଷ୍ଟା ମିନାକ୍ଷୀ ବାରିକ, ପର୍ୟ୍ୟବେକ୍ଷକ ସୁଭାଜିତା ଶୁଭଦର୍ଶିନୀ, ହିସାବ ରକ୍ଷକ ଜ୍ୟୋତି ରାଣୀ ମିଶ୍ର, ଶାନ୍ତନୁ କୁମାର ସାହୁ, କବିତା ପାତ୍ର, ଶାନ୍ତିଲତା ଚୌଧୁରୀ ଓ ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ । କୋଭିଡ କଟକଣା ମଧ୍ୟରେ ପତାକା ଉତ୍ତୋଳନ କାର୍ୟ୍ୟକ୍ରମ କରାଯାଇ ଥିଲା । ସେହିପରି ସତ୍ୟବାଦୀ ବ୍ଲକ ତହସିଲ ଥାନା ମନ୍ଦିର କାର୍ୟ୍ୟାଳୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ସହିତ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରେ ଅନେକ ବୁଦ୍ଧି ଜୀବୀ ଛାତ୍ର ଛାତ୍ରୀ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories