www.samajalive.in
Saturday, December 13, 2025
27.1 C
Bhubaneswar

ବର୍ଷା ଓ ବାତ୍ୟାକୁ ନେଇ ଚାଷୀ, ଆଦିବାସୀ ଆତଙ୍କିତ

ପାତ୍ରପୁର : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପରେ ଏହି ଅଞ୍ଚଳରେ ବର୍ଷାହେବା ନେଇ ପାଣିପାଗ ବିଭାଗର ପୂର୍ବ ଅନୁମାନ ପରେ ପାତ୍ରପୁର ଅଞ୍ଚଳର ଚାଷୀ ଏବଂ ଆଦିବାସୀଙ୍କ ଆଖିରୁ ନିଦ ହଜିଯାଇଛି । ଏହି ଲଘୁଚାପ ଫଳରେ ବର୍ଷା ସହିତ ପବନ ହେବା ଆଶଙ୍କାସୃଷ୍ଟି ହୋଇଥିବାରୁ ଆଗୁଆ ଜମିରୁ ପାଚିଲା ଧାନ କାଟି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ବର୍ଷାପବନ ହେବା ଆଶଙ୍କାକୁ ନେଇ କେତେକ ସ୍ଥାନରେ ଚାଷୀ ଏବେ ଧାନ କାଟିବା ଆରମ୍ଭ କରିଛନ୍ତି। ପାତ୍ରପୁର ଅଂଚଳରେ ଚଳିତ ବର୍ଷ ଠିକ ସମୟରେ ସବୁ ସ୍ଥାନରେ ଏକାସାଙ୍ଗରେ ବର୍ଷା ହୋଇ ନଥିବା ଯୋଗୁଁ ପର୍ଯ୍ୟୟ କ୍ରମେ ଚାଷୀ ଧାନ ରୋଇ ଥିଲେ। ପ୍ରଥମେ ଭଲ ବର୍ଷା ହୋଇନଥିବା ବେଳେ ବାଘଲଟି ଜଳଭଣ୍ଡାରରୁ ପାଣି ମାଡୁଥିବା ଜମିରେ ବହୁ ଚାଷୀ ଧାନ ରୋଇଥିଲେ । ଏହି ଅଂଚଳ ସହିତ ଆଗୁଆ ଧାନ ରୋଇ ଥିବା ଜମିରେ ଧାନ ପାଚି ଯାଇଛି। ଧାନ ପାଚିବା ବେଳେ କେତେକ ଗ୍ରାମରେ ଚକଡ଼ା ପୋକର ପ୍ରାଦୁଭାବ ଦେଖାଦେଇ ଧାନ ନଷ୍ଟ ହୋଇଥିଲା। ତେବେ ଚାଷୀଙ୍କୁ ପ୍ରତିକାର ପାଇଁ କୌଣସି ପରାମର୍ଶ ଦେଇନଥିବା ଅଭିଯୋଗ ହୋଇଥିଲା।

ଦ୍ୱିତୀୟ ଗୁରୁବାର ପରେ ପାଚିଥିବା ଧାନ କାଟିବାପାଇଁ ଚାଷୀ ସ୍ଥିର କରିଥିବା ବେଳେ ଏବେ ବର୍ଷା ପବନ ଆଶଙ୍କା ଯୋଗୁଁ ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଧାନ କାଟିବା ପାଇଁ ଶ୍ରମିକ ଅଭାଵ ସହିତ ଧାନ ସାଇତିବା ପାଇଁ ଖଳାର ଅଭଵ ରହିଛି। ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ପାତ୍ରପୁର ଅଞ୍ଚଳରେ ବିଭିନ୍ନ ସମୟରେ ଧାନ ପାଚିବା ବେଳେ ବିଗତ ବର୍ଷରେ ବହୁ ପ।କୃତିକ ବିପଦ ଯୋଗୁଁ ଚାଷୀ କ୍ଷତି ସହିଛନ୍ତି । କେତେକ ସ୍ଥାନରେ ଧାନ ଅମଳ ପାଇଁ ଖଳା ନିର୍ମାଣ କରାଯାଇ ଥିଲା। ତେବେ ଏହି ଖଳାରେ କିଛି ଜମିର କଳେଇ ରଖିବାକୁ ସ୍ଥାନ ରହିଛି । ଏପରିକି ଖଳାକୁ କିଛି ନିର୍ଦ୍ଦିଷ୍ଟ ଲୋକ ନିଜ କାମରେ ବ୍ୟବହାର କରୁଛନ୍ତି।ବିଗତ ଦିନରେ ଚାଷୀ ପୂର୍ବ ଭଳି ମୂଲିଆ ଲଗାଇ ଧାନ କାଟି ବଳଦ ସାହାଯ୍ୟରେ ଅମଳ କରୁ ନାହାନ୍ତି। ଶ୍ରମିକ ଅଭାବ ସାଙ୍ଗକୁ ଚାଷ ପାଇଁ ବଳଦ ନାହିଁ । ଯାହା ଫଳରେ ଚାଷୀମାନେ ଧାନକଟା ଯନ୍ତ୍ର ସାହାଯ୍ୟରେ ଏକାସାଙ୍ଗରେ ଧାପ କଟା ଓ ଅମଳ କରୁଛନ୍ତି । ଏପରିକି କିଛି ଚାଷୀ ଧାନ କାଟି ଜମିରେ ଗଦା କରିବା ପରେ ମଣ୍ଡି ଖୋଲିବା ପରେ ଟ୍ରାକ୍ଟର ଦ୍ଵାରା ଧାନ ଅମଳ କରୁଥିଲେ। ଏବେ ବ୍ଳକର ଅଧା ଜମିରେ ଧାନ ପାଚି ଥିବା ବେଳେ ଜମି ଶୁଖି ନାହିଁ ଯାହା ଦ୍ବାରା କାଦୁଆ ଜମିରୁ ଧାନ କାଟିବାରେ ଅସୁବିଧା ହେଉଛି । ଏପରିକି ଧାନ ଅମଳ ପରେ ପୂର୍ବ ଭଳି ଦାଣ୍ଡରେ ଗାତଖୋଳି ଖଣି ପକାଇବା ଦେଖା ଯାଉ ନାହିଁ । ଫଳରେ ଧାନ ରଖିବା ପାଇଁ ସ୍ଥାନ ଅଭାବ ରହିଛି । ଏହି ଅଞ୍ଚଳର ଲୋକଙ୍କ ପାଇଁ ମୁଖ୍ୟ ଆୟ ଧାନ ହୋଇଥିବା ବେଳେ ଏବେ ଫସଲ ଅମଳକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପବନ ସାଙ୍ଗକୁ ବର୍ଷା ହେଲେ ଜମିରେ ଧାନ ଗଛ ଶୋଇ ନଷ୍ଟ ହେବା ନିଶ୍ଚିତ ହୋଇଛି । ଅଂଚଳର ଅଧିକାଂଶ ଜମି ପାହାଡ ତଳ ଅଂଶରେ ରହିଛି। ବର୍ଷା ହେଲେ ପାହାଡ଼ରୁ ପାଣି ଆସି ଏହି ଧାନ ଜମିରେ ଜଳ ସ୍ରୋତ ମାଡି ପୂର୍ବରୁ ନଷ୍ଟ ହେଉଥିବା ନଜିର ରହିଛି। ବର୍ଷା ହେଲେ ପିଚିଲା ଧାନ ଗଜା ହେବା ସହ ପାଣିରେ ଭିଜି ପୋଚକା ହେବା ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ଚାଷୀ ମହଲରେ ଚିନ୍ତା ବଢ଼ିବାରେ ଲାଗିଛି। ସଅଳ କିସମ ଧାନ ଏବେ ସମ୍ପୁର୍ଣ୍ଣ ପାଚି ମୁଣ୍ଡ ଗୁଞ୍ଜ। ଦେଲାଣି ଏହାକୁ ଦେଖି ଧାନ କଟିବାକୁ ଚାଷୀ ଆଗଭର ହେବା ବେଳେ ବର୍ଷା ପବନ ଆଶଙ୍କା ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି।

- Advertisement -

ଅନ୍ୟ ପକ୍ଷରେ ଏହି ବ୍ଳକର ଦୁର୍ଗମ ପାହାଡ଼ ଅଂଚଳରେ ବହୁ ଆଦିବାସୀ ଗ୍ରାମ ରହିଛି । ଏହି ସବୁ ଗ୍ରାମରେ ଲୋକମାନେ ଜଙ୍ଗଲ ବଗଡରେ ମକା, ବାଜର।, ସୁଆଁ, କାଙ୍ଗୁ, ବରଗୁଡି, କ।ଲ, କାନ୍ଦୁଲ, କୋଲଥ, ଆଦି ଫସଲ କରୁଛନ୍ତି । ଏହା ସହିତ ଲୋକମାନେ ଛେଳି, ଗାଈ ଗୋରୁ, କୁକୁଡ଼ା, ବତକ ପାଳନ କରି ଜୀବିକା ନିର୍ବାହ କରନ୍ତି। ଗତ ତିତଲିରେ ପହ।ଡିଆ ଅଂଚଳରେ ବ୍ୟାପକ କ୍ଷତି ସହ ଧନ ଜୀବନ ନଷ୍ଟ ହାଇଥିଲା  ଆଜି ପର୍ଯ୍ୟନ୍ତ କେତେକ ଗ୍ରାମରେ ତିତଲିର କ୍ଷତ ଲିଭିନାହିଁ।ଲୋକଙ୍କୁ ଠିକ ଭବେ କ୍ଷତିପୁରୁଣ ମିଳି ନଥିବା ବେଳେ କତେକ ଗ୍ରାମର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଏପରିକି ବାଘଲଟି ଜଳଭଣ୍ଡାର ଉପରେ ପର୍ବତ ଘେରା ମଧରେ ଥିବା ଏଲଗଲ, ବେହେରା ପୁଟୁ ପ୍ରଭୁତି ଗ୍ରାମର ଲୋକମାନଙ୍କ ବାରମ୍ବାର ଅସୁବିଧା ଭୋଗିବା ଦେଖି ଥଇଥାନ ନିଶ୍ଚିତ ପ୍ରତିଶୃତି ରେ ଅଟକିଛି। ଯାହାକୁ ନେଇ ଲୋକମାନେ ଅନିଶ୍ଚିତତା ଭବିଷ୍ୟତ ନେଇ ଦିନ କାଟୁଛନ୍ତି। ତେଣୁ ଏହି ଭଳି ସମୟରେ ବାତ୍ୟା ସହିତ ପବନ ହେଲେ ବ୍ୟାପକ କ୍ଷତି ହେବା ଆଶଙ୍କା ରହିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories