www.samajalive.in
Saturday, December 6, 2025
14.1 C
Bhubaneswar

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ): ଶିକ୍ଷାର ମୂଲ୍ୟ ବୁଝି ଜଣେ ବାପା ନିଜ ପୁଅକୁ ପରୀକ୍ଷା ସେଣ୍ଟରରେ ପହଞ୍ଚାଇବାକୁ ୧୦୫ କିମି ସାଇକେଲରେ ବାସାଇ ନେଇଛନ୍ତି। ମଧ୍ୟପ୍ରଦେଶର ଧାର ଜିଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ ବୋର୍ଡ଼ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ତାକୁ ୧୦୫ କିମି ଦୂରରେ ଥିବା ପରୀକ୍ଷାକେନ୍ଦ୍ରକୁ ସାଇକେଲରେ ନେଇ ଛାଡ଼ିଥିଲେ।

ଶୋଭାରାମ ନାମକ ଏହି ବ୍ୟକ୍ତି ପୁଅ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ପ୍ରାୟ ତିନି-ଚାରି ଦିନର ଖାଦ୍ୟ ସାମଗ୍ରୀ ଧରି ଯାତ୍ରା ଆରମ୍ଭ କରିଥିଲେ। ରାତିରେ ଗୋଟିଏ ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ। ମଙ୍ଗଳବାର ସକାଳୁ ଧାର ସହରରେ ସ୍ଥିତ ଭୋଜ କନ୍ୟା ବିଦ୍ୟାଳୟରେ ହୋଇଥିବା ପରୀକ୍ଷାକେନ୍ଦ୍ରରେ ସଠିକ୍‍ ସମୟରେ ପୁଅକୁ ନେଇ ପହଞ୍ଚାଇଥିଲେ।

- Advertisement -

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଗତ କିଛି ମାସରୁ ବସ୍‍ ସେବା ବନ୍ଦ ଅଛି। ନିଜ ପିଲାକୁ ପରୀକ୍ଷାକେନ୍ଦ୍ରକୁ ନେବା ପାଇଁ ଏହି ବ୍ୟକ୍ତିଙ୍କ ପାଖରେ ଆଉ କୌଣସି ସାଧନ ନ ଥିଲା। ଏହା ସହିତ ଅର୍ଥାଭାବ ଯୋଗୁଁ ପୁଅ ପାଇଁ କୌଣସି ଗାଡ଼ି ଭଡ଼ାରେ ଆଣିବାର ମଧ୍ୟ ସାମର୍ଥ୍ୟ ନ ଥିଲା।

ଶୋଭାରାମଙ୍କ କହିବାନୁସାରେ, “ମୋ ପୁଅର ଗୋଟିଏ ବର୍ଷ ନଷ୍ଟ ନ ହେଉ, ସେଥିପାଇଁ ଅନ୍ୟ କୌଣସି ଉପାୟ ନ ପାଇ ତାକୁ ସାଇକେଲରେ ଏତେଦୂର ପରୀକ୍ଷାକେନ୍ଦ୍ରକୁ ଆଣିଲି। ପାଠ ପଢି ତା’ର ଭବିଷ୍ୟତ ଉଜ୍ଜ୍ୱଳ ହେବ, ଏହି ଆଶାରେ ତାକୁ ମୁଁ ଏଠାକୁ ଆଣିଛି”।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories